Browsing Category

ଓଡିଶା

ଗଣେଶ ପୂଜା ଚାନ୍ଦା ନ ଦେବାରୁ ଗାଡ଼ି ଜାଳିଦେଲେ

ସମ୍ବଲପୁର : ଗଣେଶ ପୂଜା ଚାନ୍ଦା ନ ଦେବାରୁ ୨ଟି ବାଇକ ଜାଳିଦେଲେ ଦୁର୍ବୃତ୍ତ। ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି କ୍ଷେତରାଜପୁର ଥାନା ଅର୍ନ୍ତଗତ ଦୁର୍ଗାପାଲିରେ ରହୁଥିବା ଜୟନ୍ତ ମେହେର।ଗତ

ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ: ମୁଖ୍ୟମନ୍ତ୍ରୀ

ଭୁବେନଶ୍ବର : ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ମଡେଲ୍ ପ୍ରାଥମିକ ସ୍କୁଲ। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଗୁରୁଦିବସ ଅବସରରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମଡେଲ୍

୨୦୨୩ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ୫ ହଜାରରୁ ଅଧିକ ଲୋକ

ଭୁବନେଶ୍ବର : ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା ସଂଖ୍ୟା। ୨୦୨୩ରେ ୧୨,୦୫୨ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫,୬୯୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ହଜାର ୪୧୯ ଜଣ ଆହତ ହୋଇଛନ୍ତି। ବିଧାୟକ ସନାତନ ମହାକୁଡ଼ଙ୍କ ଏକ ପ୍ରଶ୍ନର ଉତ୍ତରରେ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା

କୂଅରେ ପଡ଼ି ୨ ନାବାଳିକା ମୃତ୍ୟୁ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗାଁରେ କୂଅରେ ବୁଡ଼ି ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି। ମୃତ ଦୁଇ ନାବାଳିକା ହେଉଛନ୍ତି ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (୧୨) ଓ ନନ୍ଦ ଭତ୍ରାଙ୍କ ଝିଅ ମଞ୍ଜୁଲା ଭତ୍ରା (୧୨)।ଦୁହେଁ ସ୍କୁଲରେ ଗୁରୁ

କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଠକୁଥିଲା; ପୁଲିସ ଜିମା ଦେଲେ ଲୋକ

ଭୁବନେଶ୍ବର : ‘ମୁଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା। ମୋର ବହୁତ ନେତାମନ୍ତ୍ରୀ ଚିହ୍ନା ଅଛନ୍ତି। ତୁମର ଚାକିରି କରାଇଦେବି ,ଟ୍ରାନ୍ସଫର କରିଦେବି, ପେଟ୍ରୋଲ ପମ୍ପ ବି ଖୋଲିଦେବି ।’ ଏପରି କହି ବହୁ ଲୋକଙ୍କୁ ଲକ୍ଷାଧୀକ ଟଙ୍କାର ଚୁନ ମାରିଥିବା ଜଣେ ଠକଙ୍କୁ ବାନ୍ଧିଛି

ତ୍ରିଶୁଳିଆ ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ୨ଜଣଙ୍କ ଜୀବନ ଗଲା

କଟକ: ତ୍ରିଶୁଳିଆ ସୁବାଶଚନ୍ଦ୍ର ବୋଷ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୨ଜଣଙ୍କ ଜୀବନ। ଗୋଟିଏ ସ୍କୁଟିକୁ ଏକ ଟାଟା ମ୍ୟାଜିକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କଟକ ତ୍ରିଶୁଳିଆର

ବଜ୍ରପାତରେ ୫ ବର୍ଷରେ ଗଲାଣି ୧୬୨୫ ଜୀବନ, ସହାୟତା ରାଶି ବୃଦ୍ଧି ଦାବି

ଭୁବନେଶ୍ବର : ଗତ ୫ବର୍ଷରେ ରାଜ୍ୟରେ ବଜ୍ରପାତରେ ୧ ହଜାର ୬୨୫ ଜଣ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ବିଧାନସଭାରେ ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୧ ହଜାର ୬୨୫ ଜଣ ମୃତ୍ୟୁବରଣ କରିଥିବା

ଗୁରୁଙ୍କ ହାତରେ ହିଁ ଭବିଷ୍ୟତର ସୁରକ୍ଷା ଦାୟିତ୍ଵ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନ ସଭାଗୃହରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ

ରାଜ୍ୟରେ ୯ ତାରିଖ ଯାଏଁ ବର୍ଷା ସହିତ ବଜ୍ରପାତ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଗଣେଶ ପୂଜାରେ ଉପକୂଳ ଓଡ଼ିଶା ଭିଜାଇବ। ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ବୁଧବାର ସୃଷ୍ଟି ହେଇଥିଲା ଘୂର୍ଣ୍ଣିବଳୟ ଯୋଗୁଁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି। ଲଘୁଚାପ

ମନମାନି ଯୋଗୁଁ ଟାଟା ପାୱାରକୁ ଅଦାଲତ ଛାଟ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ, ଫୁଲବାଣୀ ସ୍ଥାନୀୟ TPSODL କତୃପକ୍ଷ ଙ୍କୁ ଟାଟା ପାୱାର ର ମନମୁଖୀ କାର୍ଯ୍ୟ କଳାପ ଓ ଏକ ଚାଟିଆ ବ୍ୟବସାୟିକ ମନୋବୃତ୍ତି କୁ ନାପସନ୍ଦ କରି ଇତି ମଧ୍ୟରେ ଏକ ଏତିହାସିକ ରାୟ ପ୍ରକାଶ କରିଛନ୍ତି l ସୂଚନା ପ୍ରକାରେ, ଜିଲ୍ଳା ସ୍ଥାୟୀ ଲୋକ