ଜି.ଉଦୟଗିରି ଏନଏସି ଉପାଧ୍ୟକ୍ଷ ହେଲେ ସନ୍ତୋଷ ବାଘ

add-all

ଫୁଲବାଣୀ (୭/୪) : ବହୁ ପ୍ରତିକ୍ଷିତ ପୌରଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି ଜି. ଉଦୟଗିରି ଏନ ଏ ସି ଉପାଧ୍ୟକ୍ଷ ଭାବେ ବିଜେଡି ନେତା ତଥା ଯୁବ କାଉନସିଲର ସନ୍ତୋଷ ବାଘଙ୍କୁ ଦଳ ଉପାଧ୍ୟକ୍ଷ ପଦବୀରେ ବସାଇଛି। ସନ୍ତୋଷ ଜଣେ ଦକ୍ଷଯୁବ ସଂଗଠକ ମଧ୍ୟ। ପ୍ରଶାନ୍ତଙ୍କ ଭଦ୍ରଓ ଅମାୟିକ ବ୍ୟବହାର ସମସ୍ତ ନେତା ଓ ଯୁବ କର୍ମୀଙ୍କୁ ଏକତାର ସୁତ୍ର ରେ ବାନ୍ଧି ରଖୁଛି ।ସେ ବିଭିନ୍ନ ସମୟରେ ଗଠନମୂଳକ ପରାମର୍ଶ ଦେବା ସହ ସହରବାସୀଙ୍କ ସ୍ବାର୍ଥ ସହ ଜଡିତଦାବୀ ଗୁଡିକ ସଠିକ ଢ଼ଙ୍ଗରେ ଉପସ୍ଥାପନ କରିପାରିବେ ବୋଲି ଭାବି ସମସ୍ତ କାଉନସିଲର ଏକ ମନ ଏକ ପ୍ରାଣ ହୋଇ ସନ୍ତୋଷ କୁପୂର୍ଣ୍ଣ ସମର୍ଥନ କରିଥିଲେ । ଫଳରେ ସେ ବିଜୟୀ ହୋଇଥିଲେ । ସେହିପରି ତାଙ୍କୁସ୍ଥାନୀୟ ବିଧାୟକ, ପୌରାଧ୍ୟକ୍ଷା, ଓ ଦଳୀୟ ନେତା ମାନେ ଚାହୁଁଥିଲେ । ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ ଯେପରି ହେବ ସେଥିପ୍ରତି ନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କରି ଆସୁଥିଲେ ସେ । ବିଜୟୀ ହେବାପରେ ସହରର ଜନସାଧାରଣଙ୍କ ସାମୁହିକ ବିକାଶସଙ୍ଗେ ସାମାଜିକ ଓ ଅର୍ଥନୈତିକ ବିକାଶମୋର ପ୍ରଥମ କାର୍ଯ୍ୟ ହେବ ବୋଲି ନବନିର୍ବାଚିତ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ କହିଛନ୍ତି।ବିଜୟୀ ହେବାପରେ ଦଳର ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ, ମନ୍ତ୍ରୀ ତଥା ପ୍ରଭାରୀ ପ୍ରତାପ ଜେନା, ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କୁ କୃତଜ୍ଞତା ଜଣାଇ ଛନ୍ତି।

ad-week
Leave A Reply

Your email address will not be published.