ନବମ ବାର୍ଷିକ ଅଷ୍ଟଶମ୍ଭୁ ମହାମିଳନ ସମାରୋହ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଙ୍କରା ଖୋଲ ଗ୍ରାମର ମା ପିତାବଳୀ ପ୍ରାଙ୍ଗଣ ଠାରେ ନବମ ବାର୍ଷିକ ଅଷ୍ଟସମ୍ଭୁ ମହାମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ସର୍ଵ ପ୍ରଥମେ ମା ପିତାବଳୀ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହେବା ପରେ ବାଜା ଢୋଲ ମହରି ବଜାଇ ମା ବ୍ରାହ୍ମଣୀ ଦେବୀ, ବରାଳଦେବୀ ଓ ଶେଷରେ ନୃସିଂହ ମନ୍ଦିର ଠାକୁରଙ୍କୁ ବରଣ କରାଯିବା ପରେ ମା ପିତାବଳୀ ପ୍ରାଙ୍ଗଣରେ ଅଷ୍ଟ ସମ୍ଭୁ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଯାଇ ଶଙ୍କରାଖୋଲ ଠାରେ ଥିବା କଲେଜ ପଡ଼ିଆରେ ରହିଥିବା ଆଠ ଗୋଟି ଦଣ୍ଡ ଥଳକୁ ନିମନ୍ତ୍ରିତ କରିଥିଲେ। ୧. କରଡିଦେଶ ଦଣ୍ଡ (ଚମ୍ପେଶ୍ଵର ବାବା) -ବୌଦ୍ଧ ୨. କ୍ଷେତାପାଳୁ (ସପ୍ଟେଶ୍ବର ବାବା)୩.ଗୁମାଗଡ଼(ମହାକାଳେଶ୍ବର ବାବା) ୪.ଜିଲ୍ଲାପାଙ୍ଗା(ଆନନ୍ଦେଶ୍ଵର ବାବା୫. ମାକୁଡୁବାଟା (ବିରୁପାକ୍ଷ ବାବା) ୬. ଉକୁଶୁଗାଣ୍ଡା (ଗୁପ୍ତେଶ୍ଵର ବାବା) ୭.ବରେଗୁଡା (ଯୋଗେଶ୍ଵର ବାବା) )୮. ଲୁଣ୍ଡୁରୁଜୋର (ମହେଶ୍ୱର ବାବା ଦଣ୍ଡ ଥଳ ଯୋଗ ଦେଇଥିଲେ। ଆଠଟି ଯାକ ଦଣ୍ଡ ଥଳ ଆଖ ପାଖରେ ଥିବା ସବୁ ମନ୍ଦିର ପରିକ୍ରମା କରିଥିଲେ ।

ବିଧିବିଧାନ ଅନୁସାରେ ସକାଳୁ ସମସ୍ତ କାର୍ଯ୍ୟ ପରିଚାଳନା କମିଟି ଦ୍ୱାରା ସୁଚାର ରୂପେ ସମ୍ପର୍ଣ୍ଣ ହୋଇଥିଲା। ଜନ ଗହଳି କୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଏଥି ସହିତ ଦର୍ଶକଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ପରିଚାଳନା କମିଟି ତରଫରୁ ସଭାପତି ସୂଚନା ଦେଇଥିଲେ।

ad-week
Leave A Reply

Your email address will not be published.