ଚିକିଟି ଏନଏସିର ନୂଆ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ଦେଓ

add-all

ଚିକିଟି : ଚିକିଟି ଏନ ଏ ସି ର ନୂଆ ଉପାଧ୍ୟକ୍ଷ ଭାବେ ୩ ନମ୍ବର ୱାର୍ଡ ର କାଉନସିଲର ଦୁର୍ଗା ପ୍ରସାଦ ଦେଓ ମନୋନୀତ ହୋଇଛନ୍ତି।ତାଙ୍କ ପ୍ରସ୍ତାବକ ଭାବେ ସୁକାନ୍ତି ବେହେରା ସମର୍ଥକ ଭାବେ ବିଶ୍ୱଜିତ ମହାପାତ୍ର ରହିଥିଲେ।ପୂର୍ବରୁ ଅଧ୍ୟକ୍ଷା ଭାବେ ଦୀପା କୁମାରୀ ସାହୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଉପାଧ୍ୟକ୍ଷ ଭାବେ ଦୁର୍ଗା ପ୍ରସାଦ ଦେଓ ଆଜି ନିଜ ଦାଇତ୍ୱ ସମ୍ଭାଳିଛନ୍ତି। ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁର ଏବଂ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତସଂଗ୍ରାମଜିତ ସାହୁ ପ୍ରମୁଖ ଆବଶ୍ୟକୀୟ ନଥିପତ୍ର କାର୍ଯ୍ୟ ପୂରଣ କରି ଦାୟିତ୍ୱଭାର ଅର୍ପଣ କରିଛନ୍ତି।ନୂଆ ଉପାଧ୍ୟକ୍ଷ ଙ୍କୁ ଅଧ୍ୟକ୍ଷା ଦୀପା ଙ୍କ ସମେତ,ସମସ୍ତ କାଉନସିଲର,ଯୁବ ନେତା ରଘୁନନ୍ଦନ ସାହୁ ଓ ବହୁ ବୁଦ୍ଧିଜିବି ସାଙ୍ଗକୁ ବିଜୁକର୍ମୀ ଫୁଲତଡ଼ା ଦେଇ ସୁବେଛା ଜଣେଇଛନ୍ତି।ଦାଇତ୍ୱ ଗ୍ରହଣ ପରେ ଦୁର୍ଗା ପ୍ରସାଦ ଦଳର ସୁପ୍ରିମ ଙ୍କ ଠାରୁ ଆରମ୍ବ କରି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନ ରେ ଚିକିଟି ଏନ ଏ ସି ର ବିଭିନ୍ନ ସମସ୍ୟା ର ସମାଧାନ ସାଙ୍ଗକୁ ଏନ ଏ ସି ର ସର୍ବାଙ୍ଗୀନ ଉର୍ଣ୍ଣତି ଦିଗ ରେ ଦୁର୍ଗା ପ୍ରସାଦ ଦେଓ ଦୃଷ୍ଟି ଦେବେ ବୋଲି ବାସିନ୍ଦା ଆଶା ପ୍ରକଟ କରିଛନ୍ତି।ଚଳିତ ପୌର ନିର୍ବାଚନରେ ଶାସକ ଦଳ ସମର୍ଥନ ରେ ୫ ଟି ଅପ୍ରତିଦ୍ବନ୍ଦୀ କାଉନସିଲର ରହିଥିବା ବେଳେ ମୋଟ ୧୨ ଟି ୱାର୍ଡ ରୁ ଆଉ ୭ ଟି ୱାର୍ଡ ରେ ଏକ ତରଫା ଭାବେ ବିଜୟ ହୋଇ ବିଜେଡି ସମ୍ପୂର୍ଣ୍ଣ କ୍ଲିନ ସୁଇପ କରିବା ସହ ଅଧ୍ୟକ୍ଷା ଭାବେ ଦୀପାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇଥିଲେ। ତେବେ ତାଙ୍କ ସ୍ୱାମୀ ରଘୁନନ୍ଦନ ଙ୍କ ଆଦର୍ଶ ର ବିକାଶ ଚିତ୍ର ପ୍ରତିଫଳନ ହୋଇଛି। ଆଜିର ସମସ୍ତ କାର୍ଯ୍ୟକ୍ରମ କୁ ଏନ ଏ ସି ଡିଲିଙ୍ଗ ଆସିଷ୍ଟାଣ୍ଟ ବିପିନ ବିହାରୀ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଭବାନୀ ପ୍ରସାଦ ବେହେରା, ଆକାଉଣ୍ଟଟେଣ୍ଟ କିଷାନ ରଣା, ସୁମତି ସାମନ୍ତ, ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଶ୍ରୀଧର ବେହେରା, ଲୋକନାଥ ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.