ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କପିଲ ଶର୍ମା ଓ ନନ୍ଦିତା ଦାସ

add-all

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଜଣାଶୁଣା ହାସ୍ୟାଭିନେତା କପିଲ ଶର୍ମା ଓ ଓଡ଼ିଆ ଝିଅ ତଥା ଅଭିନେତ୍ରୀ-ନିର୍ଦ୍ଦେଶିକା ନନ୍ଦିତା ଦାସ ଭେଟିଛନ୍ତି। ନବୀନ ନିବାସରେ ଦୁଇ କଳାକାର ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନବୀନ ଉଭୟ ବଲିଉଡ କଳାକାରଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ।

ପରେ ଭାରତୀୟ ହକି ଟିମର ଏକ ଜର୍ସି ଉଭୟଙ୍କୁ ଉପହାର ଆକାରରେ ଦେଇଥିଲେ। ଏହାସହ କପିଲଙ୍କୁ ନବୀନ ‘କୋଣାର୍କ ଚକ୍ର’ର ପ୍ରତିମୂର୍ତ୍ତି ମଧ୍ୟ ଉପଢ଼ୌକନ ଭାବେ ଦେଇଥିଲେ। ଏହି ସାକ୍ଷାତ-ଆଲୋଚନା ସମୟରେ ୫-ଟି ସବିବ ଭି.କେ.ପାଣ୍ଡିଆନ୍ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ହାସ୍ୟାଭିନେତା କପିଲ ଶର୍ମା ଗତ କିଛି ଦିନ ହେବ ଏକ ଫିଲ୍ମର ସୁଟିଂ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି। ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କପିଲ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ କପିଲ ଜଣେ ଡେଲିଭରୀ ବୟର ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି । ପାଖାପାଖି ୧୦ ଦିନରୁ ଅଧିକ ହେବ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ସୁଟିଂ ଚାଲୁଥିଲା । ଆଉ ସୁଟିଂ ସମୟରେ କପିଲଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.