ପୌର ନିର୍ବାଚନ ପାଇଁ କଂଗ୍ରେସର ପ୍ରେସ ଇସ୍ତାହାର

add-all


ଫୁଲବାଣୀ : ଆଜି ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର ସମସ୍ତ ଗଣ ମାଧ୍ୟମ ପ୍ରଦାନ କରାଯାଇଛି। ଫୁଲବାଣୀ ନଗର କଂଗ୍ରେସ୍ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷl ପ୍ରାର୍ଥିନୀ ସବିତା ମହାନ୍ତି ଜିତିବା ପରେ ସହରର ଜବର ଦଖଲ ମାମଲାର ସ୍ଥାୟୀ ସମାଧାନ। ଶୁଦ୍ଧ ପିଇବା ପାଣି ଯୋଗାଣ,ଫୁଲବାଣୀ କୁ ଦେଶର ମାନଚିତ୍ରରେ ସ୍ଥାନ,ପର୍ଯ୍ୟଟନ ପ୍ରତି ୱାର୍ଡ ପାଇଁ ଯାତାୟତ ବିଜୁଳି ସୁବିଧା,ସିଟି ହସ୍ପିଟାଲରେ ସ୍ଥାପନ ପାଇଁ ଉଦ୍ୟମ।ଫୁଲବାଣୀ ସହରରେ ବୁଲୁଥିବା ଗାଈଗୋରୁଙ୍କ ପାଇଁ କାଞ୍ଜିଆ ହଦା ସ୍ଥାପନ ଏମିତି ୨୩ ଗୋଟି ଅଭିଯୋଗ ପ୍ରକାଶ କରିଛନ୍ତି l

କଂଗ୍ରେସ ଅଧ୍ୟକ୍ଷl ପ୍ରାର୍ଥିନୀ ଜିତିବା ପରେ ୨୩ ଟି ଯାକ ସମ୍ପୂର୍ଣ୍ଣ ଭାବେ କାମ କରିକି ଦେଖାଇବୁ ବୋଲି ପ୍ରତିଶୁତି ଦେଇଥିଲେ ସଭାପତି ଅନାମ ନାୟକ l ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଓପିସିସି ସମ୍ପାଦକ ତଥା ଆଇନଜୀବୀ ଚନ୍ଦ୍ର ଶେଖର ପରିଡ଼ା, ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ମହାନ୍ତି, ନଗର ସଭାପତି ଶିଵ ଶଙ୍କର ବେହେରା, ଛାତ୍ର କଂଗ୍ରେସ ସଭାପତି ଅନୁପମ କଁହର, ନନ୍ଦ କିଶୋର ଦାସଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.