ପୁଅକୁ ପିଟିଲା ପୋଲିସ, ନ୍ୟାୟ ପାଇଁ ମୋବାଇଲ୍ ଟାୱାର ଉପରେ ଚଢିଲେ ମହିଳା

ଲକ୍ଷ୍ନୌ : ହଜରତଗଞ୍ଜରେ ହାଇଡ୍ରୋଲିକ୍ ରେସକ୍ୟୁ । ଟାୱାର ଉପରୁ ଓହ୍ଲାଇଲେ ମହିଳା, ଖୋଲିଲା ଜିଆରପି ପୋଲିସର ପୋଲ୍ । ନ୍ୟାୟ ପାଇଁ ମୋବାଇଲ୍ ଟାୱାର ଉପରେ ମହିଳା । ପୁଅକୁ ପିଟିଲା ପୋଲିସ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଟାୱାରକୁ ଚଢ଼ିଗଲେ ମାଆ । ପୋଲିସ ଦାଦାଗିରି

ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା: ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡ଼ା : କାନାଡ଼ାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । କାନାଡ଼ାସ୍ଥିତ ଭାରତୀୟ ଦୂତାବାସ (କନ୍ସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଭାଙ୍କୁଭର) ଦ୍ୱାରା ଦିଆଯାଇଛି । ଉଭୟ ଛାତ୍ର କାନାଡ଼ାରେ ନିଜର କମର୍ସିଆଲ୍ ପାଇଲଟ୍ ବା

ଆସନ୍ତାକାଲି ଜଗତସିଂହପୁରରେ ସମସ୍ତ ସ୍କୁଲ ବନ୍ଦ

ଜଗତସିଂହପୁର: ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌ ବନ୍ଦ ରହିବ। ପ୍ରବଳ ବର୍ଷାରେ ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାପାଳ ଏହି

ଟ୍ରେନ୍ ବିଳମ୍ବ ପାଇଁ ଫାଇନ୍, ଯାତ୍ରୀଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବ ରେଲୱେ

ନୂଆଦିଲ୍ଲୀ: ଟ୍ରେନ୍ ବିଳମ୍ବ ପାଇଁ ରେଲୱେକୁ ଫାଇନ୍ । ଯାତ୍ରୀଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଉପଭୋକ୍ତ ଆୟୋଗଙ୍କ ଆଦେଶ । ପ୍ରାୟ ୮ ଘଣ୍ଟା ୪୮ ମିନିଟ୍ ବିଳମ୍ବ ଯୋଗୁ ରେଳ ବିଭାଗକୁ ଜରିମାନା ନୋଟିସ୍ ଜାରି କରିଛନ୍ତି ଝାଡ଼ଖଣ୍ଡର ଏକ ଜିଲ୍ଲା ଉପଭୋକ୍ତା ଆୟୋଗ । ଏହାବାଦ

ସୁଦାନରେ ଧସିଲା ସୁନାଖଣି: ୧୧ ମୃତ, ୩୦ ଆହତ

ନୂଆଦିଲ୍ଲୀ : ସୁଦାନରେ ପୁଣି ଧସିଲା ସୁନାଖଣି । ଗୃହଯୁଦ୍ଧର ସାମ୍ନା କରୁଥିବା ସୁଦାନରେ ପୁଣି ଥରେ ବଡ ଅଘଟଣ । ସୁଦାନରେ ସୁନା ଖଣିରେ କାମ କରୁଥିବା ବେଳେ ଧସିବା ଯୋଗୁଁ ୧୧ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଏହାସହିତ ଘଟଣାରେ ୩୦ ଜଣ ଆହତ ମଧ୍ୟ ହୋଇଛନ୍ତି । ଏହା ପୂର୍ବ ପଶ୍ଚିମ

ଭାଗଲପୁରରେ ପୋଖରୀରେ ବୁଡ଼ି ୬ ଶିଶୁ ମୃତ

ବିହାର : ବିହାରର ଭାଗଲପୁର ଜିଲ୍ଲାରେ ପୋଖରୀରେ ବୁଡ଼ି ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଘଟଣାଟି ସୁଲତାନଗଞ୍ଜ ଥାନା ଅଞ୍ଚଳର ତରୈଟା ବହିଆର ଏକ ପୋଖରୀରେ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ପୁଅ ଓ ୩ ଜଣ ଝିଅ ରହିଛନ୍ତି । ପୋଖରୀରେ ପିଲାମାନେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଖବର

ମସ୍କୋର ପ୍ରମୁଖ ତୈଳ ବିଶୋଧନାଗାରରେ ୟୁକ୍ରେନର ଆକ୍ରମଣ

ନୂଆଦିଲ୍ଲୀ : ମସ୍କୋର ପ୍ରମୁଖ ତୈଳ ବିଶୋଧନାଗାରରେ ୟୁକ୍ରେନର ଆକ୍ରମଣ । ରୁଷର ରାଜଧାନୀ ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ୟୁକ୍ରେନ ବଡ଼ଧରଣର ଦୂରଗାମୀ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏଥିରେ ମସ୍କୋର ଏକ ପ୍ରମୁଖ ତୈଳ ବିଶୋଧନାଗାର ଏବଂ ରୁଷର ଏକ ଲଜିଷ୍ଟିକ୍ସ କେନ୍ଦ୍ର

ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ : ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ପାଇଁ ଏକ ସମନ୍ୱୟ କମିଟି ଗଠନ

ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର ପାଇଁ ମମତାଙ୍କୁ ହାଇକୋର୍ଟରୁ ମିଳିଲା ଅନୁମତି

କୋଲକାତା: ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କ ତୃଣମୂଳ କଂଗ୍ରେସ (TMC) ଗୋଷ୍ଠୀକୁ ପୋଲିସ ଦ୍ୱାରା ଫ୍ରିଜ୍ କରାଯାଇଥିବା ତିନୋଟି ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିବା ପାଇଁ ଅନୁମତି ଦେଇଛନ୍ତି।

୨୩ ରୁ ୨୫ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ। ଏହି ସମୟ ମଧ୍ୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଶିଖର ଆଲୋଚନା କରିବେ। ସୋମବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ସିଙ୍କ ଗସ୍ତ ସ୍ପଷ୍ଟ କରିଛି।