ବାଣ ଗୋଦାମରେ ବିସ୍ଫୋରଣ, ୨ ଶ୍ରମିକ ମୃତ

puja26

ନୂଆଦିଲ୍ଲୀ : ବାଣ ଗୋଦାମରେ ବିସ୍ଫୋରଣ । ରାଜସ୍ଥାନ ନାଗୋରରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ କିଛି ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୂସାରେ, ମୃତକଙ୍କ ମଧ୍ୟରେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ସେମାନେ ବନବାଜାରଓ୍ୱାଡା ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କ ମୃତଦେହକୁ ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ମେଡିକାଲକୁ ନିଆଯାଇଛି । ଖବର ପାଇ ନାଗୋର ତହସିଲଦାର ଜତିନ ଜୈନ ଘଟଣାସ୍ଥଳରେ ପହଁଚିଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହାର ତଥ୍ୟ ମିଳିପାରି ନାହିଁ ।

କୁହାଯାଉଛି ଯେ, ଏବେ ଦୀପାବଳି ପାଇଁ ଗୋଦାମରେ ବିପୁଳ ପରିମାଣର ବାଣ ରଖାଯାଇଥିଲା । ତେବେ କୌଣସି କାରଣରୁ ଏଥିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ମାତ୍ରା ଏତେ ଅଧିକ ଥିଲା ଯେ ଅନେକ ଦୂରତା ଯାଏଁ ଏହାର ଶବ୍ଦ ଶୁଣାଯାଇଥିଲା । ତେବେ କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ଏଦିଗରେ ତଦନ୍ତ କରୁଛି ।

ad-week
Leave A Reply

Your email address will not be published.