ହିଞ୍ଜିଳିକାଟୁ : ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରୀୟ ଦଳ…

add-all


ହିଞ୍ଜିଳିକାଟୁ : ମଙ୍ଗଳବାର କେନ୍ଦ୍ରୀୟ ଦଳର ଏକ ଟିମ୍ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ । ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖି ସନ୍ତୋଷବ୍ୟକ୍ତ ପ୍ରକାଶ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରୀୟ ଟିମର ପଞ୍ଚାୟତ ବିଭାଗର ସହ ସଚିବ ସୁବାସ ସଂଘବା ଓ ସେକ୍ସନ ଅଧିକାରୀ ମୋନିକା ମୀନା, ରାଜ୍ୟ ନୋଡାଲ ଅଧିକାରୀ ପ୍ରଦିପ୍ତ ମହାପାତ୍ର ପ୍ରଥମେ ଶେରଗଡ଼ ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । ପରେ ହିଞ୍ଜିଳିକାଟୁ ବ୍ଲକ୍ ରେ ପହଞ୍ଚି ଥିଲେ । ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠି,ବ୍ଲକ କମ୍ପୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାସ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ,ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର ଙ୍କ ସହ ଶାସନ ଆମ୍ବଗାଁ ଏବଂ ସାରୁ ପଞ୍ଚାୟତ ର ରୂପାନ୍ତରିକରଣ ସ୍ମାର୍ଟ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଥିଲେ । ସେଠାରେ ପିଲାଙ୍କ ସହ ବିଦ୍ୟାଳୟରେ ହେଉଥିବା ପାଠପଢ଼ା ବିଷୟ ଉପରେ ଆଲୋଚନା କରିଥିଲେ।ପରେ ସାରୁ ଗ୍ରାମର ପଞ୍ଚାୟତ ଅଫିସ ଗୃହ ପରିଦର୍ଶନ କରିଥିଲେ । ଶାସନ ଆମ୍ବ ଗାଁ ଗ୍ରାମ ପଞ୍ଚାୟତ ର ସ୍ମାର୍ଟ ଅଙ୍ଗନବାଡ଼ି କେନ୍ଦ୍ର, ପୋଖରୀ ସୌନ୍ଧର୍ଯ୍ୟକରଣ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଥିଲେ । ଶାସନ ଆମ୍ବଗାଁ ସରପଞ୍ଚ ଦନାର୍ଦନ ସେଠି, ସମତି ସଭ୍ୟା ପ୍ରମିଳା ପାଣିଗ୍ରାହୀ, ସମାଜସେବୀ ମାର୍କଣ୍ଡ ପାଣିଗ୍ରାହୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରା ଏବଂ ସାରୁ ପଞ୍ଚାୟତ ର ସରପଞ୍ଚ ନିଲାଞ୍ଚଳ ସାହୁ ସମିତି ସଭ୍ୟା ଶକୁନ୍ତଳା ଦାସ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍. ରାଜେଶ୍ ରାଓ ଏବଂ ଗ୍ରାମର ମାନ୍ୟଗଣ୍ୟ ବରିଷ୍ଠ ନାଗରିକ ଉପସ୍ଥିତ ରହି କେନ୍ଦ୍ରୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳ ରେ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପ କେନ୍ଦ୍ରୀୟ ଟିମ ସହ ମିଶି ବୁଲି ଦେଖିଥିଲେ ଏବଂ ଅଞ୍ଚଳର ଉନ୍ନୟନ ପ୍ରକଳ୍ପ ର ଅନୁଭୂତିକୁ କେନ୍ଦ୍ରୀୟ ଦଳ ସହିତ ଭାବର ଆଦାନ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.