Browsing Category

ଓଡିଶା

ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । ଦିନ ୧୧ଟାରୁ

ଯେତେ ଶୀଘ୍ର ଜଣେ ଉପରକୁ ଉଠିବ, ସେତେଶୀଘ୍ର ଖସିବ: ଅମର ଶତପଥୀ

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବିଜେଡି ଭିତରେ ନେତାଙ୍କ ବିରୋଧ ଥମିବାର ନାମ ନେଉନାହିଁ | ବିଜେଡିର ପରାଜୟ ପରେ ଏବେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ ପାଣ୍ଡିଆନ କେବେ ରାଜନୀତିରେ ନଥିଲେ। ହଠାତ୍ ଉତ୍ଥାନ ହେଲେ ଶୀଘ୍ର ପତନ ମଧ୍ୟ ହୋଇଥାଏ।

ବଡ଼ଦାଣ୍ଡରୁ ହଟିଲା AC ଟନେଲ୍‌, ଖୋଲିଲା ବ୍ୟାରିକେଡ୍‌

ପୁରୀ : ଜୁନ ୨୨ ତାରିଖରେ ପଡ଼ୁଛି ଦେବସ୍ନାନ ପୂର୍ଣ୍ଣିମା। ଆଉ ଜୁଲାଇ ୭ ତାରିଖ ପଡ଼ିବ ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ପୁରୀ ବଡ଼ଦାଣ୍ଡରେ ନିର୍ମାଣ ହୋଇଥିବା ଏସି ଟନେଲ୍‌ ସେଡକୁ ହଟା ଯାଉଛି। ଏଥିରେ ଲାଗିଥିବା ଏୟାରକଣ୍ଡିସନ୍‌ ମେସିନକୁ ଖୋଲାଯାଇଛି। ବ୍ୟାରିକେଡ କଢା ଯାଉଛି। ଆଗାମୀ

ରାସ୍ତାରେ ଯିବା ବେଳେ ମହିଳାଙ୍କୁ କଚାଡ଼ି ଦେଲା ହାତୀ

ଦେବଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହାତ ହୋଇଛି। ଗୁରୁତର ମହିଳା ଜଣଙ୍କ ହେଲେ ମନ୍ଦାକିନୀ ବେହେରା। ଘଟଣାଟି ହେଉଛି ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ସିଆରିମାଳିଆ ଗାଁରେ।ଆଜି ସକାଳେ ସିଆରିମାଳିଆ ଗାଁରେ ୧୧ ଟିକିଆ ହାତୀ ପଲ ପଶି ଯାଇଥିଲେ। ସେଇ ରାସ୍ତା ଦେଇ ମନ୍ଦାକିନୀ

କାୟା ମେଲାଇଲାଣି ଡେଙ୍ଗୁ, ୨୩୫ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଲାଣି ଡେଙ୍ଗୁ। ଚଳିତ ବର୍ଷ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ଡେଙ୍ଗୁ ରୋଗୀ। ସେଥିମଧ୍ୟରୁ ଗତକାଲି ଆସିଛି ୩ଟି କେସ୍‌। ପୁରୀରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର

ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଛାଡ଼ିଥିବା କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି। ସେ ନିଜକୁ ଦଳର

୧୨ ତାରିଖ ଅପରାହ୍ଣ ୪ଟା ୪୫ ମିନିଟରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ: ଯୋଗ ଦେବେ ପ୍ରଧାନମନ୍ତ୍ରୀ…

ଭୁବନେଶ୍ବର: ବୁଧବାର (ଜୁନ୍ ୧୨ ତାରିଖ) ଅପରାହ୍ଣ ୪ଟା ୪୫ ମିନିଟ ସମୟରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଏନେଇ ପୁଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।ତାଙ୍କ ସୂଚନା ଅନୁଯାୟୀ,

ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ସାରଙ୍ଗଗଡ଼ ପଞ୍ଚାୟତର ୧୬ ନମ୍ବର ୱାର୍ଡ଼ ପାଇବରସାହି ଗ୍ରାମରେ ଜଳଯନ୍ତ୍ରଣା ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୬ କିଲୋମିଟର ଦୂରରେ ଥିବା ଏହି ଗାଁର ଜନସଂଖ୍ୟା ୨୦୦ରୁ ଊର୍ଦ୍ଧ, ଗ୍ରାମରେ ଏକମାତ୍ର

ନୂଆପଡ଼ା ଜିଲ୍ଲାରେ ପିଆଜ ଗୋଦାମ ପାଲଟିଛି ଗୁହାଳ, ଚାଷୀ ପାଉନି ଉଚିତ ମୂଲ୍ୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଚାଲିଛି। ଏପଟେ ଚାଷୀ ପିଆଜ ଚାଷ ପାଇଁ ଗୁରୁତ୍ବ ଦେଇ ଜୋର୍‌ସୋର୍‌ରେ ପିଆଜ ଅମଳ କରିଚି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ପାଇଁ ସଂରକ୍ଷଣ ବ୍ୟବସ୍ଥା ଯେଉଁ ପରିମାଣରେ ହେବା କଥା ହୋଇ ନାହିଁ। ଜିଲ୍ଲାରେ ୨୦୨୩-୨୪ରେ ୧୫ଟି ପିଆଜ

ଓଡ଼ିଶା ଖଦି ବୋର୍ଡ ସଭାପତି ପଦରୁ ସଂଗ୍ରାମ ପାଇକରାୟଙ୍କ ଇସ୍ତଫା

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗ ବୋର୍ଡର ସଭାପତି ପଦରୁ ରବିବାର ସଂଗ୍ରାମ କେଶରୀ ପାଇକରାୟ ଇସ୍ତଫା ଦେଇଛନ୍ତି । ସେ ପ୍ରଥମେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗରେ ୩୧ ଆଗଷ୍ଟ ୨୦୧୯ ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଇନଚାର୍ଜ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ