Browsing Category

ଓଡିଶା

ବିଧାନସଭାରେ ପଖାଳ ଦିବସ ପାଳିତ, ପଖାଳ ଖାଇଲେ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ଓ ମନ୍ତ୍ରୀ

ଭୁବନେଶ୍ବର: ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ସମଗ୍ର ରାଜ୍ୟ ପାଳୁଛି ପଖାଳ ଦିବସ । ଏହି ଅବସରରେ ବିଧାନସଭାରେ ପଖାଳ ଦିବସ ପାଳିତ ହୋଇଛି । ପଖାଳ ଦିବସ ପାଳିଛନ୍ତି

ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ

ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ଜନ୍ମ

‘ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶିବଵ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଉଚ୍ଚଶିକ୍ଷା

ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ନଥିଲେ ଭି କେ ପାଣ୍ଡିଆନ୍‌: ପଦ୍ମଲୋଚନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସରକାରରେ ୫ଟି ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍‌ଙ୍କୁ ବାଲେଶ୍ବର ଜିଲ୍ଲା ସିମୁଳିଆରୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଟାର୍ଗେଟ୍‌ କରିଛନ୍ତି। ପାଣ୍ଡିଆନ୍‌ଙ୍କୁ ନେଇ ଶ୍ରୀ ପଣ୍ଡା ସାଙ୍ଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ

ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ। ତେବେ ରାସନକାର୍ଡ ଫେରାଇଥିବା ପରିବାରର ସଦସ୍ୟ ସଂଖ୍ୟା ୮୭୮୪୪। ସେହିପରି ରାଜ୍ୟରେ ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ୍‌ ଦିଆଯାଇଛି। ମୃତ୍ୟୁ ପରେ ବି ଏହି ଲୋକମାନଙ୍କ ନାମରେ ରାସନ୍‌ ସାମଗ୍ରୀ ନିଆଯାଉଥିଲା।

ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର IT ରେଡ୍

ଅନୁଗୁଳ: ବଡ ଧରଣର ଆୟକର ଚଢ଼ାଉ । ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍ । ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଅନୁଗୋଳରେ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼

ଓଡିଶାରୁ ଚାଇନା ଯାଉଛି ଲୁହା ପଥର: ଗଲାଣି ୧୮ ଲକ୍ଷ ମେଟ୍ରିକ୍ ଟନ୍

ଭୁବନେଶ୍ବର: ଖଣିଜ ପଦାର୍ଥରେ ଭରପୂର ଓଡିଶା ରାଜ୍ୟରୁ ଚାଇନା ନେଉଛି ଲୁହାପଥର । ରାଜ୍ୟରେ ଲୁହାପଥର ରପ୍ତାନୀରୁ ଆଦାୟ ହେଉଥିବା ରାଜସ୍ୱକୁ ନେଇ ତଥ୍ୟ ଦେବା ବେଳେ ଏହି ସୂଚନା ରଖିଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଜି ଗୃହରେ ଏନେଇ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ

ଆସନ୍ତା ଅପ୍ରେଲ୍‌ ୧ ତାରିଖରୁ ଭୁବନେଶ୍ୱର ରୁ ଗୋଆକୁ ଉଡିବ ବିମାନ, ସପ୍ତାହରେ ଚାରି ଦିନ ଉଡ଼ିବ

ଭୁବନେଶ୍ବର: ଭୁବନେଶ୍ୱର ରୁ ଗୋଆକୁ ଉଡିବ ବିମାନ । ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ । ଆସନ୍ତା ଅପ୍ରେଲ୍‌ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଏହି ନୂତନ ବିମାନ ସେବା ପାଇଁ

ରାଜ୍ୟରେ ରହିଛି ଭରପୁର ସୁନା ଖଣି

ଭୁବନେଶ୍ଵର: ରାଜ୍ୟରେ ରହିଛି ଭରପୂର ସୁନା ଖଣି । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଥିବା ବେଳେ ଏବେ ଆହୁରି ୭ଟି ସ୍ଥାନରେ ସୁନା ଖଣି ଥିବା ନେଇ ସୂଚନା ମିଳିଛି । ଓଡିଶାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର : ରାଉରକେଲାରେ ହେଉ ରେଳବାଇ ଡିଭିଜନ, ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟକୁ ତ୍ବରିତ କରାଯାଉ ଏବଂ ଏୟାରପୋର୍ଟର ଉନ୍ନତିକରଣ ଓ ସମ୍ପ୍ରସାରଣ କରାଯାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ତିନିଟି ଦାବି ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା