ଖୁଦୁରକୁଣୀ ଓଷା ପାଇଁ ନଦୀରେ ବୁଡ ପକାଇବା ବେଳେ ବୁଡି ଗଲେ ନାବାଳିକା

Independence

pu

ଅଠରବାଙ୍କି ମତ୍ସ୍ୟଡିହା ନଦୀରେ ଅଘଟଣ। ଗାଧୋଇବା ବେଳେ ବୁଡି ଗଲେ ନାବାଳିକା। ଖୁଦୁରକୁଣୀ ଓଷା ପାଇଁ ଆଜି ସକାଳୁ ଅଠରବାଙ୍କି ନିକଟସ୍ଥ କଂସାରିପାଟିଆରେ ବାଲୁକା ପୂଜା କରିବା ପାଇଁ ସ୍ଥାନୀୟ ମହିଳା ଓ କିଛି ଝିଅ ଯାଇଥିଲେ ।ବାଲୁଙ୍କା ପୂଜା କରିବା ପାଇଁ ନଦୀରେ ବୁଡ ପକାଇବା ବେଳେ ହଠାତ୍ ୧୪ ବର୍ଷୀୟା ଆରତି ମଲିକ ପାଣି ଭିତରକୁ ଖସିଯାଇଥିଲେ । ଅନେକ ଚେଷ୍ଟା ସତ୍ତ୍ବେ ତାଙ୍କୁ ଉଦ୍ଧାର କରାଯାଇପାରି ନଥିଲା । ଘଟଣା ସ୍ଥଳରେ ପାରାଦୀପ ସି.ଆଇ.ଏସ.ଏଫର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଖୋଜା ଖୋଜି ଜାରି ରଖିଥିବା ବେଳେ ଓଡ୍ରାଫ ଟିମ୍ ଆସି ପହଞ୍ଚିଛି।


Post Views: 10

ad-week
Leave A Reply

Your email address will not be published.