ବହୁ ପୁରାତନ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ମୃତ

add-all

asss

ଉତ୍ତର ପ୍ରଦେଶର ବାରାବଙ୍କିରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ୧୪ ଜଣ ଲୋକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି। ଫତେହପୁର ଥାନା ଅଞ୍ଚଳରେ ଥିବା ହାଶିମ୍‌ ନାମକ ବ୍ୟକ୍ତିଙ୍କର ୪ ମହଲା ବିଲ୍ଡିଂ ଭୋର୍‌ ୩ଟାରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ବିଲ୍ଡିଂର ଧ୍ୱଂସାବଶେଷ ଭିତରେ ଅନେକ ଲୋକ ଫିସି ରହିଥିଲେ।

ସ୍ଥାନୀୟ ଏସ୍‌ପି ଦିନେଶ ସିଂ କହିଛନ୍ତି ଯେ ମୋଟ ୧୬ ଜଣ ଲୋକ ଧ୍ୱଂସାବଶେଷ ତଳେ ଦବି ଯାଇଥିଲେ। ସେମାନଙ୍କ ଭିତରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବେ ବି ୪ ଜଣ ଫସି ରହିଥିବା ଜଣାପଡ଼ିଛି। ଖବର ପାଇ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚିଥିବା ବେଳେ ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ଡକାଯାଇଛି।

ଏସ୍‌ପି କହିଛନ୍ତି, ଭୋର୍‌ ୩ଟା ବେଳେ ୪ ମହଲା ବିଲ୍ଡିଂ ଭୁଶୁଡ଼ିବା ନେଇ ଆମକୁ ଖବର ମିଳିଥିଲ। ଏଥିରେ ୧୬ ଜଣ ଲୋକ ଫସି ରହିଥିଲେ। ୧୨ ଜଣଙ୍କୁ ବାହାର କରାଯାଇଥିବା ବେଳେ ଏବେ ବି ୪ ଜଣ ଦବି ରହିଛନ୍ତି।

ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ ୨୨ ବର୍ଷୀୟା ରୋଶ୍‌ନୀ ବାନୋ ଓ ୨୮ ବର୍ଷୀୟ ହକିମୁଦ୍ଦିନ୍‌। ଜଣାପଡ଼ିଛି, ବିଲ୍ଡିଂଟି ବହୁ ପୁରୁଣା ଥିଲା। ତେବେ ପ୍ରଶାସନ ଏହାକୁ ଖାଲି କରିବାକୁ ଆଦେଶ ଦେଇଥିଲା କି ନାହିଁ, ସେ ନେଇ କୌଣସି ସୂଚନା ନାହିଁ।


Post Views: 6

ad-week
Leave A Reply

Your email address will not be published.