ଜି-୨୦ ସମ୍ମିଳନୀରେ ରହିବ AI ଆଙ୍କର

add-all

ai

ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖରେ ଆୟୋଜନ ହେବ ଜି-୨୦ ସମ୍ମିଳନୀ। ସୂତ୍ରରୁ ପ୍ରକାଶ ଯେ ଏହି ସମ୍ମିଳନୀରେ ବିରାଟ ଢାଞ୍ଚାରେ ଟେକ୍ନୋଲୋଜି ଉପରେ କାର୍ଯ୍ୟ ହେବ। ଏଠାକୁ ଆସୁଥିବା ବିଭିନ୍ନ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ପାଇଁ ଜଣେ ଆଙ୍କର ଉପସ୍ଥିତ ରହିବେ। ତେବେ ଏହି ଆଙ୍କର କୌଣସି ମଣିଷ ନୁହଁନ୍ତି, ବରଂ ‘AI (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ)’ ଉପରେ କାମ କରିବ। AI ଆଙ୍କର ବିଦେଶୀ ଅତିଥିମାନଙ୍କୁ ସ୍ୱାଗତ କରିବ।

ସମଗ୍ର ପ୍ରଦର୍ଶନୀ କିପରି ରହିବ, ତାହା AI ଜରିଆରେ କୁହାଯିବ। ଏଥିପାଇଁ ଏକ ଆଙ୍କର ପ୍ରସ୍ତୁତ କରାଯାଇଛି। ଏହି ଆଙ୍କର ୧୬ ପ୍ରକାର ଭାଷାରେ କଥା କହି ପାରିବ, ଯେଉଁଥିରେ ହିନ୍ଦୀ, ଇଂଲିଶ୍‌, ଜାପାନିଜ୍‌, ଚାଇନିଜ୍‌, କୋରିୟାନ୍‌, ରୁଷିଆ, ତୁର୍କୀ, ଆରୋବିକ୍‌ ଡଚ୍‌, ପର୍ତ୍ତୁଗୀଜ୍‌, ବାଂଲା, ଇଣ୍ଡୋନେସିଆର ଭାଷା ଅନ୍ତର୍ଭୁକ୍ତ ରହିଛି।

ଏଠାରେ ଏକ ଡିଜିଟାଲ୍‌ କାନ୍ଥ ରହିବ, ଯାହା ହଲ୍‌ ନମ୍ବର ୫ରେ ମିଡିଆ ସେଣ୍ଟର ନିକଟରେ ତିଆରି ହୋଇଛି। ପୂରା ହଲ୍‌ରେ ‘ଭାରତ ଗଣତନ୍ତ୍ରର ଜନନୀ’କୁ ଡିଜିଟାଲ୍‌ ଫର୍ମାଟ୍‌ରେ ପ୍ରଦର୍ଶନ କରାଯିବ। ଗଣତାନ୍ତ୍ରିକ କାର୍ଯ୍ୟର ବିକାଶର ଗାଥା ୧୬ଟି ଭାଷାରେ ଲେଖାଯାଇଛି। ଏଥିରେ ଏକ QR କୋଡ୍‌ ରହିବ, ଯାହାକୁ ଆପଣ ସ୍କାନ୍‌ କରି େଓ୍ଵବ୍‌ସାଇଟକୁ ଯାଇପାରିବେ। ଏଥିରେ ସମସ୍ତ ସ୍ୱଦେଶୀ ଓ ବିଦେଶୀ ଭାଷା ଅନ୍ତର୍ଭୁକ୍ତ କରାଯାଇଛି।

ବୈଦିକ କାଳରୁ ଭାରତରେ ଗଣତାନ୍ତ୍ରିକ ଚଳନ ରହିଆସିଛି। ହିମାଚଳର ମଲାନା ଗାଁର ଫଟୋ ଡିଜିଟାଲ୍‌ କାନ୍ଥରେ ଦେଖାଯିବ। ଏଠାରେ ଗଣତାନ୍ତ୍ରିକ ରୂପେ କିଭଳି ଭାବେ ଶହ ଶହ ବର୍ଷ ଧରି ନିଷ୍ପତ୍ତି ନିଆଯାଉଛି, ତାହା ପ୍ରଦର୍ଶିତ ହେବ।


Post Views: 8

ad-week
Leave A Reply

Your email address will not be published.