ବୋର୍ଡ ଅଫିସ ସମ୍ମୁଖରେ ପରୀକ୍ଷାର୍ଥୀଙ୍କ ହୋହଲ୍ଲା

Independence

ctc

କଟକ: ଓଟିଇଟି ଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବିବାଦ। ପ୍ରଶ୍ନପତ୍ରରେ ତ୍ରୁଟି ସହ ଫଳ ପ୍ରକାଶନରେ ମଧ୍ୟ ଅନେକ ତ୍ରୁଟି ଥିବା ଅଭିଯୋଗ କରି‍ବା ସହିତ ସଠିକ୍ ମୂଲ୍ୟାୟନ ଦାବି କରି ଆଜି ଶତାଧିକ ପରୀକ୍ଷାର୍ଥୀ କଟକ ସ୍ଥିତ ବୋର୍ଡ (ମାଧ୍ୟମିକ ଶିକ୍ଷା ପରିଷଦ) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ହୋହଲ୍ଲା କରିଥିଲେ।

ଏହି ପରୀକ୍ଷାର୍ଥୀମାନେ କହିଛନ୍ତି, ଚଳିତ ବର୍ଷ ଜୁନିୟର ଟିଚର ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବା ପୂର୍ବରୁ ଓଟିଇଟି କରାଯାଉ। ଆଉ ୨୦୨୨ ଓଟିଇଟିରେ ଯେଉଁ ପିଲାମାନଙ୍କର ଭୁଲ୍ ମୂଲ୍ୟାୟନ କରାଯାଇଛି, ସେମାନଙ୍କୁ ସଠିକ ମାର୍କ ଦିଆଯାଉ। ତା’ସହିତ ଓଏମ୍‌ଆର୍‌ ଶିଟ୍‌ ରିଲିଜ୍ କରାଯାଉ। ଓଏମ୍‌ଆର୍‌ ଶିଟ୍‌ ରିଲିଜ୍ କଲେ ପିଲାମାନେ ଜାଣି ପାରିବେ ସେମାନେ କେତେ ଭୁଲ୍ କରିଛନ୍ତି ଓ କେତେ ଠିକ୍ କରିଛନ୍ତି। ତା’ପରେ ସେମାନେ କେସ୍ କରିବେ ଅବା ଆଉ କ’ଣ ପଦକ୍ଷେପ ନେବେ।

ସେମାନେ ଅଭିଯୋଗ କରିଛନ୍ତି ଯେ, ଡେରିରେ ଆନସର କି ଆସିଥିଲା। ସେଥିରେ ଭୁଲ୍ ଥିଲା। ଆମେ ଏନେଇ ଚ୍ୟାଲେଞ୍ଜ କରିଥିଲୁ। ତା’ପରେ ଫାଇନାଲ ଆନସର କି ଆସିଲା। କିନ୍ତୁ ସେଥିରେ ବି ଭୁଲ୍ ଥିଲା। ଆଉ ଗୋଟେ ବଡ଼ କଥା ହେଉଛି, ବୋର୍ଡ ଆମକୁ ଯେଉଁ ଫାଇନାଲ କି ଦେଲା, ସେହି ଅନୁସାରେ ଯଦି ଜଣେ ପିଲା କ୍ୱାଲିଫାଏ ହୋଇଛି, ତାଙ୍କୁ ମଧ୍ୟ ନଟ୍-କ୍ୱାଲିଫାଏ କରି ଦିଆଯାଇଛି।

ଅନ୍ୟପକ୍ଷରେ ବୋର୍ଡ ପକ୍ଷରୁ ଏହି ସବୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି, ସେମାନେ ଆଉ ଗୋଟିଏ ଓଟିଇଟି କରିବାକୁ ଦାବି କରୁଛନ୍ତି। ସେହିପରି ଯେଉଁମାନେ ୧/୨ ମାର୍କ ଯୋଗୁ କ୍ୱାଲିଫାଏ ହୋଇପାରି ନାହାନ୍ତି, ସେମାନେ ଚାହୁଁଛନ୍ତି ସେମାନଙ୍କୁ ସେହି ମାର୍କ ଦେଇ ଦିଆଯାଉ। କିନ୍ତୁ ସେମିତି ବ୍ୟବସ୍ଥା ଆମର ନାହିଁ। ସମସ୍ତେ ଠିକ୍ ମାର୍କ ପାଇଛନ୍ତି। ସେଥିରେ କିଛି ତ୍ରୁଟି ହୋଇନି।

ସେ କହିଛନ୍ତି, ଓଏମ୍‌ଆର ଶିଟ୍ ଦେବାକୁ ଆମେ ଅରାଜି ନାହୁଁ। ସେମାନେ ଆର୍‌ଟିଆଇରେ ମାଗିଲେ ଆମେ ତୁରନ୍ତ ଦେଇ ଦେବୁ। ସେମିତି ଆନ୍‌ସର କି ପୂରା ଠିକ୍ ଅଛି। ଯେଉଁମାନେ ଚ୍ୟାଲେଞ୍ଜ କରିଥିଲେ, ତାକୁ ଆମର ଏକ ବିଶେଷଜ୍ଞ ଟିମ୍ ବସି ତର୍ଜମା କରିଥିଲେ। ତା’ପରେ ଫାଇନାଲ ସ୍କୋରିଂ କରାଯାଇଥିଲା। ଆଉ ତାହା ପୂରା ଠିକ୍।


Post Views: 6

ad-week
Leave A Reply

Your email address will not be published.