ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ମୃତ ଦେହ ଉଦ୍ଧାର…

add-all

dead

ଭୁବନେଶ୍ବର: ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ପଞ୍ଚାୟତର ଏକ ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ଏକ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ କେଉଁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ,ସେ କାଲି କ୍ୟାମ୍ପ ରେ ରୋଷେଇ କରିବା ପରେ ମାନସିକ ଭାରସାମ୍ୟ ହରାଇଲା ପରିକା କଥା ହେଉଥିଲେ।

ରାତି ଗୋଟାଏ ପରେ ସେ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ନିଖୋଜ ନେଇ ସମ୍ପର୍କୀୟ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କର ପୁଅ ଆସିବା ପରେ ବହୁ ଖୋଜାଖୋଜି ପରେ ପରିତ୍ୟକ୍ତ ପାଣି ଟାଙ୍କିରେ ଏକ ମୋବାଇଲ ଫୋନ୍ ଧରି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଉଦ୍ଧାର କରି ତଦନ୍ତ କରୁଛି। ଅନ୍ୟପଟେ ଦୀର୍ଘ ଦିନ ଧରି ପାଣି ଟାଙ୍କି ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହିଛି। ଏହା ସହିତ ଗ୍ରାମରେ ଅବାଧ ମଦ ବିକ୍ରି ସହିତ ଲୋକେ ମଦ୍ୟପାନ କରି ଗଣ୍ଡଗୋଳ ସୃଷ୍ଠି କରୁଥିବା କହିଛନ୍ତି ଗ୍ରାମବାସୀ।


Post Views: 6

ad-week
Leave A Reply

Your email address will not be published.