INDIA ଶବ୍ଦକୁ ନେଇ ହଙ୍ଗାମା! G-20 ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ପଠାଗଲା ନିମନ୍ତ୍ରଣ ପତ୍ର

add-all

bharat

‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ପଠାଗଲା ନିମନ୍ତ୍ରଣ ପତ୍ର। ରାଷ୍ଟ୍ରପତି ଭବନ ତରଫରୁ ସେପ୍ଟେମ୍ବର ୯ରେ ଜି୨୦ ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ଜାଗାରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ନିମନ୍ତ୍ରଣ ପତ୍ର ପଠାଯାଇଛି। ଏହି ନିମନ୍ତ୍ରଣ ପତ୍ରକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ସୋସିଆଲ ମିଡିଆ ସାଇଟ୍‌ ‘X’ରେ ଏ ନେଇ ଏକ ପୋଷ୍ଟ୍‍ କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଭବନ ତରଫରୁ ଜି୨୦ ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ଜାଗାରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ନିମନ୍ତ୍ରଣ ପତ୍ର ଲେଖାଯାଇଛି। ଏ ନେଇ ତୀବ୍ର ଆପତ୍ତି ଜଣାଇଛି କଂଗ୍ରେସ।

ଜୟରାମ ରମେଶ ପୋଷ୍ଟ୍‍ରେ ଲେଖିଛନ୍ତି, ‘ପ୍ରକୃତରେ ଏହି ଖବର ସତ। ରାଷ୍ଟ୍ରପତି ଭବନ ସେପ୍ଟେମ୍ବର ୯ରେ ଜି୨୦ ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ଜାଗାରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ନିମନ୍ତ୍ରଣ ପତ୍ର ପଠାଇଛି’। ସେ ଆହୁରି ଲେଖିଛନ୍ତି, ‘ସମ୍ବିଧାନର ଅନୁଚ୍ଛେଦ ୧ କହୁଛି, ଭାରତ, ଯାହା ଇଣ୍ଡିଆ ଥିଲା, ତାହା ରାଜ୍ୟଗୁଡ଼ିକର ଏକ ସଂଘ ହେବ। କିନ୍ତୁ ବର୍ତ୍ତମାନ ରାଜ୍ୟଗୁଡ଼ିକର ଏହି ସଂଘ ଉପରେ ମଧ୍ୟ ଆକ୍ରମଣ ହେଉଛି’।

ସେପଟେ କଂଗ୍ରେସର ଆପତ୍ତି ପରେ ବିଜେପି ମଧ୍ୟ ପ୍ରତି ଆକ୍ରମଣ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସକୁ ଏତେ ଆପତ୍ତି କାହିଁକି?

ଜୟରାମ ରମେଶଙ୍କ ଦାବି ଉପରେ ବିଜେପିର ନ୍ୟାସନାଲ ଜେନେରାଲ୍‌ ସେକ୍ରେଟାରୀ ତରୁଣ ଚୁଗ କହିଛନ୍ତି, ଭାରତ କହିବା କିମ୍ବା ଲେଖିବାରେ ସମସ୍ୟା କାହିଁକି? ଆପଣ କାହିଁକି ଲଜ୍ଜା ଅନୁଭବ କରୁଛନ୍ତି? ଆମ ଦେଶକୁ ପ୍ରାଚୀନ କାଳରୁ ଭାରତ ହିଁ କୁହାଯାଇ ଆସୁଛି ଏବଂ ଏହା ଆମ ସମ୍ବିଧାନରେ ବି ଉଲ୍ଲେଖ କରାଯାଇଛି।

 


Post Views: 10

ad-week
Leave A Reply

Your email address will not be published.