ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କୁ ସୁପ୍ରିମ ସୁରକ୍ଷା

add-all

sc

ମଣିପୁର ହିଂସା ଘଟଣାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ୪ ଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେଇଛନ୍ତି। ମଣିପୁର ହିଂସା ଘଟଣାକୁ ନେଇ ସେମାନଙ୍କ ନାଁରେ ଦୁଇଟି ଲେଖାଏ ଏଫଆଇଆର ହୋଇଥିଲା। ତେବେ ସେମାନଙ୍କ ବିରୋଧରେ ବର୍ତ୍ତମାନ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସେମାନଙ୍କୁ ସୋମବାର ଯାଏ ସୁପ୍ରିମ ସୁରକ୍ଷା ମିଳିଛି। ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ରାଜ୍ୟ ସରକାରଙ୍କ ମତାମତ ମଧ୍ୟ ଲୋଡ଼ିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୧ରେ ହେବ।

ମଣିପୁର ହିଂସାକୁ ନେଇ ଏହି ସାମ୍ବାଦିକମାନେ ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଂ ରିପୋର୍ଟ ଦେଇଥିଲେ। କିନ୍ତୁ ଏହା ଏକପାଖିଆ ରିପୋର୍ଟ ଥିବା ସରକାର କହିବା ସହ ଏଡିଟର୍ସ ଗିଲ୍ଡର ୪ ସାମ୍ବାଦିକଙ୍କ ବିରୋଧରେ ଏଫଆଇଆର କରିଥିଲେ। ମଣିପୁର ମେ’ ୩ ତାରିଖରୁ ଜଳୁଥିବା ବେଳେ ଏହାର ସ୍ଥିତି ପରଖିବା ପାଇଁ ଏଡିଟର୍ସ ଗିଲ୍ଡର ୪ ଜଣ ସାମ୍ବାଦିକ ୪ ଦିନ ଧରି ସେଠାକୁ ଯାଇଥିଲେ। ସେପ୍ଟେମ୍ବର ୨ ତାରିଖରେ ସେମାନେ ରିପୋର୍ଟ ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ ମଣିପୁରର ସ୍ଥାନୀୟ ସାମ୍ବାଦିକମାନେ ଜାଣିଶୁଣି ଏକପାଖିଆ ରିପୋର୍ଟ ପ୍ରକାଶ କରୁଛନ୍ତି।

ଏହାକୁ ନେଇ ରାଜ୍ୟ ସରକାର ଆଟାକିଂ ମୁଡକୁ ଚାଲି ଆସିଥିଲେ। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କହିଥିଲେ ଯେ ଏଡିଟର୍ସ ଗିଲ୍ଡର ସାମ୍ବାଦିକମାନେ ଜାଣିଶୁଣି ହିଂସାକୁ ଉସକାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେମାନଙ୍କ ନାଁରେ ପୁଲିସ୍‌ କେସ ହୋଇଛି। ଗିଲ୍ଡର ୪ ସଦସ୍ୟଙ୍କ ବିରୋଧରେ ରୁଜୁ ହୋଇଥିବା ଦ୍ୱିତୀୟ ଏଫଆଇଆର୍‌ରେ ମାନହାନୀ ଚାର୍ଜ ଯୋଡ଼ା ଯାଇଛି।


Post Views: 6

ad-week
Leave A Reply

Your email address will not be published.