
ରାୟଗଡା :ରାୟଗଡା ପୋଲିସକୁ ବଡ ସଫଳତା । ମୋବାଇଲ ଦୋକାନରୁ ଦାମୀ ମୋବାଇଲ ଚୋରି କରିଥିବା ଘଟଣାରେ ପୋଲିସ ହାତରେ ଧରା ପଡିଛନ୍ତି ୪ ଜଣ ନାବାଳକ | ସେମାନଙ୍କ ଠାରୁ ପୋଲିସ ୩୫ଟି ମୋବାଇଲ ଜବତ କରିଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଡ଼ିଏସପି ପ୍ରତାପ ଚନ୍ଦ୍ର ତ୍ରିପାଠୀ । ଗତ ଜୁଲାଇ ୨୧ ତାରିଖ ବିଳମ୍ବିତ ରାତ୍ରରେ ରାୟଗଡା ସହରର ରୟତ କଲୋନୀ ରେ ଥିବା ଏସଭି ମୋବାଇଲ ପଏଣ୍ଟ ଦୋକାନରୁ ରିଏଲମୀ, ଏମଆଇ, ରେଡ଼ମୀ, ସାମସଙ୍ଗ ଭଳି ବିଭିନ୍ନ ବ୍ରାଣ୍ଡର ଲକ୍ଷାଧିକ ଟଙ୍କାର ଦାମୀ ମୋବାଇଲ ସହ ମରାମତି ପାଇଁ ଗ୍ରାହକ ଦେଇଥିବା ମୋବାଇଲଗୁଡିକୁ ମଧ୍ୟ ଚୋରି କରି ନେଇଯାଇଥିଲେ ।