ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୦ ଗିରଫ

add-all

ଭୁବନେଶ୍ୱର : ପଟିଆ ସ୍ଥିତ ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ସୂଚନା ଦିଆଯାଇଛି।।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ପଦ୍ମକେଶରପୁର ଗାଁରେ କ୍ରିକେଟ ଖେଳକୁ ନେଇ ଏକ ନମ୍ବର ଓ 3 ନମ୍ବର ୱାର୍ଡର ବାସିନ୍ଦାଙ୍କ ମଧ୍ୟରେ
ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷରୁ କାଚ ବୋତଲ, ପଥର ମାଡ଼ ହୋଇଥିଲା। ପଥରମାଡ଼ରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସକୁ ମଧ୍ୟ ଛାଡ଼ି ନଥିଲେ ଉତ୍ତ୍ୟକ୍ତ ଲୋକେ। ଉଭୟ ପକ୍ଷର ଲୋକେ ପୁଲିସ ଉପରକୁ ପଥର ମାଡ କରିଥିଲେ। ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।ହେଲେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରି  ଉଭୟ ପକ୍ଷରୁ ୩୦ ଅଧିକ ଲୋକଙ୍କୁ  ଗିରଫ କରିଛି।

ad-week
Leave A Reply

Your email address will not be published.