
ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା G20 ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଭାରତ ପହଞ୍ଚିବେ। ଏହା ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ କର୍ମୀଙ୍କ ସହ ହେଲିକପ୍ଟର, ବୁଲଟେପ୍ରୁଫ ଲିମୋଜିନ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଉନ୍ନତ ଯୋଗାଯୋଗ ଉପକରଣ ଭାରତରେ ପହଞ୍ଚି ସାରିଛି। ଆମେରିକା ସୁରକ୍ଷା କର୍ମୀମାନେ ଭାରତ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ୱତନ୍ତ୍ର କଣ୍ଚ୍ରୋଲ ରୁମ ସ୍ଥାପନ କରିଛନ୍ତି।