
ବେତନଟୀ : ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଗୁରୁବାର ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡି ଯାଇଥିବାବେଳେ ଟ୍ରେନ ଚଳାଚଳରେ ବ୍ୟାଘାତ ଦେଖା ଦେଇଛି | ସୂଚନା ଅନୁଯାୟୀ ଶାଳଗଛ ପଡିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାଘାତ ହେବା ଯୋଗୁଁ ରୁପ୍ସାରୁ ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଧ୍ୟରେ ଅଟକି ରହିଛି |