ଅରୁଣ, ଅତନୁଙ୍କ ଉପରେ ବର୍ଷିଲେ ସୌମ୍ୟ

add-all

sou

ଭୁବନେଶ୍ୱର: ୫ଟି ସଚିବଙ୍କ ବିରୋଧରେ ସମ୍ପାଦକୀୟରେ ମୁହଁ ଖାଲିବା ପରେ ଦଳ ଭିତରେ ଟାର୍ଗେଟରେ ଅଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।  ଜଣକ ପରେ ଜଣେ ନେତା, ବିଧାୟକ, ମନ୍ତ୍ରୀ ସୌମ୍ୟଙ୍କୁ ଜବାବ ମାଗିବା ପରେ ପ୍ରତିଜବାବ ରଖିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ପଟ୍ଟନାୟକ । ପ୍ରତିଜବାବରେ ବେଶ ଧୂଲେଇ କରିଛନ୍ତି ଦଳୀୟ ନେତାଙ୍କୁ  । ଏପରିକି ସୌମ୍ୟଙ୍କ କାଉଣ୍ଟର ଆଟାକାରୁ ବି ମୁଖ୍ୟମନ୍ତ୍ରୀ ବାଦ ପଡି ନାହାନ୍ତି ।

ଅରୁଣ ସାହୁଙ୍କ ନାଁ ନ ନେଇ ସୌମ୍ୟ ପଟ୍ଟନାୟକ କହିଛନ୍ତି, ବିଜେଡିର ବରିଷ୍ଠ ଯୁବ ନେତାଙ୍କ ପାଖରେ ଶବ୍ଦର ଏତେ ଅଭାବ ରହିଛି ? ସେମାନେ ବ୍ଲାକମେଲ ବ୍ୟତୀତ କିଛି ଶବ୍ଦ ଜାଣନ୍ତି ନାହିଁ ବୋଲି ସେ ତାତ୍ସଲ୍ୟ କରି କହିଛନ୍ତି । ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ନାଁ ନେଇ କହିଥିଲେ, ‘ପାଟକୁରା ଗାନ୍ଧୀଙ୍କ ପୁଅ ବୋଲି କୁହାଯାଉଥିବା ଅତନୁ  ବାବୁ ଡାହା ମିଛ କହୁଛନ୍ତି  ।’ ତା ଛଡା ସେମାନଙ୍କ ବିଷୟରେ କହି ସେମାନଙ୍କ ଗୁରୁତ୍ୱ ବଢାଇବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି ।

ତେବେ ଏହି ନେତା ମନ୍ତ୍ରୀମାନେ ଯାହା କହୁଛନ୍ତି ସେମାନେ ନିଜ ଇଚ୍ଛାରେ ନୁହେଁ, ଅନ୍ୟ କାହାଚାପରେ କହୁଛନ୍ତି ବୋଲି କହିଥିଲେ ସୌମ୍ୟ । ସେମାନେ ଅସହାୟ । କାରଣ ଏପରି ନ କହିଲେ ସେମାନଙ୍କ ପେଟ ପାଟଣା ବୁଡିଯିବ । ମନ୍ତ୍ରୀ ପଦ ବି ଚାଲିଯିବ । ଥରେ ମନ୍ତ୍ରୀ ପଦ ହରାଇଥିଲେ । କାଳେ ଆଉଥରେ ଚାଲିଯିବ ସେଥିପାଇଁ ଏମିତି କଥା କହୁଛନ୍ତି ବୋଲି କଟାକ୍ଷ କରିଛନ୍ତି ସୌମ୍ୟ ।

ସୌମ୍ୟ ଆହୁରି କହିଛନ୍ତି, ସେ ବିଜେଡିରେ ଅଛନ୍ତି । ଦଳ ପାଇଁ ଯାହା ଭଲ, ରାଜ୍ୟ ପାଇଁ ଯାହା ଭଲ ତାହା ସେ କହନ୍ତି । କାହାକୁ ମନକୁ ନ ପାଇଲେ ମୋର କିଛି କରିବାର ନାହିଁ ବୋଲି ସେ କହିଛନ୍ତି ।  ଦଳର ଭଲ ପାଇଁ କ’ଣ କରିବା , କ’ଣ କହିବା ଦରକାର ସେ କଥା ଦଳର ସମସ୍ତେ ଜାଣନ୍ତି ଆଉ ମୁଁ ତାହା ହିଁ କହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୌମ୍ୟ ।

ସୌମ୍ୟଙ୍କ କଟାକ୍ଷରୁ ମୁଖ୍ୟମନ୍ତ୍ରୀ ବି ବାଦ ପଡି ନ ଥିଲେ । ଦଳ ବଦଳ ପ୍ରସଙ୍ଗ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ସୌମ୍ୟ ସିଧା ସିଧା କହିଥିଲେ, ମୁଖ୍ୟମନ୍ତ୍ରୀ ବି ମତ ପରିବର୍ତ୍ତନ କରନ୍ତି ।  ୧୫ ଦିନରେ ଥରେ ମତ ପରିବର୍ତ୍ତନ କରନ୍ତି । ନବୀନ ବାବୁ  ୧୯ରେ କହିଲେ କେନ୍ଦ୍ରକୁ ବିରୋଧ କରିବା, ଭୋଟ ବେଳକୁ ମତ ବଦଳାଇ ଦେଲେ । ତେବେ ପରିବର୍ତ୍ତିତ ସ୍ଥିତିରେ ମତ ବଦଳାଇବା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ସେ କହିଥିଲେ ।

ଶେଷରେ ସେ ଦଳକୁ ଏକ ପ୍ରକାର ଚାଲେଞ୍ଜ ଦେଇ କହିଛନ୍ତି, ଯଦି ଦଳ ବିରୋଧୀ କାମ କରୁଛୁ ବୋଲି କହୁଛନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।  କାର୍ଯାନୁଷ୍ଠାନ ନ କରି  ଟିଭିରେ ରାଜନୀତି କରି କେତେଦିନ ଚଳିବେ ବୋଲି ସୌମ୍ୟ ସେମାନଙ୍କୁ ପ୍ରଶ୍ନ କରିଛନ୍ତି ।

Post Views: 6

ad-week
Leave A Reply

Your email address will not be published.