ମେଡିକାଲ ପାଇଖାନାରୁ ଉଦ୍ଧାର ହେଲା ଶିଶୁକନ୍ୟା…

add-all

sisu

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଅଭାବନୀୟ ଘଟଣା । ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ପାଇଖାନାରେ ପଡିଛି ନବଜାତ ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଆଉ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ତାହା ଜଣାପଡିନାହିଁ ।

ଆଜି ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବା ରୋଗୀମାନେ ଦେଖିଥିଲେ। ଦିନେ କିମ୍ବା ଦୁଇଦିନ ତଳେ ଶିଶୁଟି ଜନ୍ମ ହୋଇଥିବା ଅନୁମାନ କରାଯାଉଛି । ଏନେଇ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ। ପିଲାଟିର ଓଜନ କମ୍‌ ଥିବାରୁ ତାର ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଶିଶୁଟି ଜନ୍ମ ହେବା ପରେ ତା’ର ମା’ ତାକୁ ଛାଡ଼ି ଚାଲିଯାଇଥିବା ଅନୁମାନ କରାଯାଇଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।


Post Views: 7

ad-week
Leave A Reply

Your email address will not be published.