ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଆସାମୀ…

add-all

ath

ଆଠଗଡ଼  : ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଆସାମୀ । କିଛି ଦିନ ତଳେ ବହୁ ଚର୍ଚ୍ଚିତ ଆମ୍ବୃତ ମଣୋହି ପାଟଣା ଗ୍ରାମ ବୋମା ମାଡ଼ ଘଟଣାରେ ଫେରାର ରହିଥିଲା ଏହି ଆସାମୀ। ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିଲା ଆଠଗଡ଼ ପୋଲିସ୍। କିନ୍ତୁ ରାତି ପହିଲା ବେଳକୁ ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଇଛି ।

ସୂଚନା ଅନୁସାରେ ଜଗି ରହିଥିବା ପୋଲିସ୍ କର୍ମଚାରୀ ଶୋଇ ପଡ଼ିଥିବା ବେଳେ କଏଦୀ ଜଣକ ଥାନାରୁ ଚମ୍ପଟ ମାରିବା କଥା କୁହାଯାଉଛି । ସେପଟେ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ କଏଦୀଙ୍କ ପତ୍ତା ମିଳୁ ନଥିବା ଜଣା ପଡିଛି। ଆଠଗଡ଼ SDPO ଓ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ସୂଚନା ରହିଛି।


Post Views: 6

ad-week
Leave A Reply

Your email address will not be published.