ଦୁର୍ଗା ପୂଜା ଲାଗି କଟକରେ ଶାନ୍ତି କମିଟି ବୈଠକ, ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି…

add-all

durga

କଟକ: ଦୁର୍ଗା ପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇଛି। ତେବେ ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଶାନ୍ତି କମିଟି ବୈଠକରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ସହରର ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଅକ୍ଟୋବର ୨୪ରେ ଦଶମୀ ଓ ୨୫ରେ ଅନୁଷ୍ଠିତ ହେବ ଭସାଣି ଉତ୍ସବ। ଅନ୍ୟପଟେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ଆରମ୍ଭ ହୋଇଛି। ମଙ୍ଗଳାବାଗ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରୀତି ନୀତି ପରମ୍ପରା ଅନୁଯାୟୀ ମହାନଦୀ କୂଳରେ ମାଟି ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି। ମାଟି ଅନୁକୂଳ ପରେ ହିଁ ଆରମ୍ଭ ହୋଇଥାଏ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ।

ବିଧି ମୁତାବକ, ମହାନଦୀ ଘାଟରୁ ପଟୁଆର ମଧ୍ୟରେ ପାଲିଙ୍କିରେ ମାଟି ଅଣାଯାଏ। ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ଆସିଥିବା ମାଟିକୁ ବିଭିନ୍ନ ଦେବୀ ପୀଠ ପରିକ୍ରମା କରାଯାଏ। ପରେ ଆସିଥିବା ମାଟିକୁ ପୂଜା ମଣ୍ଡପରେ ବିଧି ମତେ ପୂଜାର୍ଚ୍ଚନା ସହ ସ୍ଥାପନା କରାଯାଏ। ଏହାପରଠାରୁ ଆରମ୍ଭ ହୋଇଥାଏ ପୂଜା ମେଢ଼, ମଣ୍ଡପ ସାଜସଜ୍ଜା ସହ ମୂର୍ତ୍ତି ଗଢା।

ad-week
Leave A Reply

Your email address will not be published.