ପାରାଦୀପ କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ…

add-all

fish

ପାରାଦୀପ : ପାରାଦୀପରେ ପୁଣି ମାଛ ମଡ଼କ। କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ। ସ୍ମୃତି ଉଦ୍ୟାନ ନିକଟସ୍ଥ କପିଳଯୋରରେ ଭାସୁଛି ମଲା ମାଛ। ଦୁଇ ଦିନ ଧରି ଯୋରରେ ମାଛ ମରି ଭାସୁଛନ୍ତି। ମାଛ ମରି ଭାସୁଥିବାରୁ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ଏତେ ସଂଖ୍ୟାରେ ମାଛ କିପରି ମଲେ, କାରଣ ଅସ୍ପଷ୍ଟ ରହିଛି।

ସ୍ଥାନୀୟ ଲୋକ ଙ୍କ କହିବାନୁଯାୟୀ ଆଇଓସିଏଲ ବର୍ଜ୍ୟବସ୍ତୁ ର ପାଣି ସମୁଦ୍ର ଓ ନଦୀରେ ମିଶିବା ଫଳରେ ସମୁଦ୍ର ଓ ପାରାଦୀପର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ନଦୀର ପାଣି ବିଷାକ୍ତ ହୋଇଛି। ଫଳରେ କୁଢ଼ କୁଢ଼ ମାଛ ମରି ଭାସୁଥିବାର ଦେଖାଯାଇଛି।

ad-week
Leave A Reply

Your email address will not be published.