ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ତୁରନ୍ତ ମରାମତି ପାଇଁ ମିସ୍‌ କେସ୍‌

add-all

high court

ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ର ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ଦାୟର ହୋଇଛି ମିସ୍‌ କେସ୍‌। ଜଗମୋହନ ମରାମତି ସମ୍ପର୍କିତ ମାମଲାରେ ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ଏହି ମିସ୍‌ କେସ୍‌ ଦାୟର ହୋଇଛି। ଆମିକସକ୍ୟୁରୀ ଏନ୍‌.କେ ମହାନ୍ତିଙ୍କ ରିପୋର୍ଟ ଭିତ୍ତିରେ ଏହି ମିସ୍‌ କେସ୍‌ ଦାୟର ହୋଇଛି।

ଗତ ଶୁଣାଣିରେ ନାଟମଣ୍ଡପର ବିମ୍ ବିପଦସଂକୁଳ ଅବସ୍ଥାରେ ରହିଥିବା ନେଇ ରିପୋର୍ଟ ଦେଇଥିଲେ ଆମିକସକ୍ୟୁରୀ ଏନ୍‌.କେ ମହାନ୍ତି। ଏହା ଉଭୟ ପାର୍ଶ୍ୱରୁ କାଣ୍ଟି ଲିଭର ଭାବେ କାର୍ଯ୍ୟ କରୁଛି ଓ ନାଟମଣ୍ଡପ ଛାତ ସମ୍ପୂର୍ଣ ଭାବେ ଏହି ବିମ୍ ଉପରେ ନିର୍ଭର କରୁଛି ବୋଲି ସେ ନିଜ ରିପୋର୍ଟରେ ଦର୍ଶାଇଥିଲେ।

ତୁରନ୍ତ ମରାମତି ନହେଲେ ଦୁର୍ଘଟଣା ଘଟିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ ଆମିକସକ୍ୟୁରୀ। ଏସବୁକୁ ଦୃଷ୍ଟିରେ ରଖି ନାଟମଣ୍ଡପ ବିମ୍‌ର ତୁରନ୍ତ ମରାମତି କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ ରହିଛି।

ଏହାସହ ମରାମତିର ଅଗ୍ରଗତି ନେଇ ପ୍ରତି ମାସ ସମୀକ୍ଷା କରାଯାଇ ଉଭୟ ଏଏସଆଇ ଓ ଆମିକସକ୍ୟୁରୀ ସତ୍ୟପାଠ ଦାଖଲ କରନ୍ତୁ ବୋଲି ମିସ୍‌ କେସ୍‌ରେ ଆବେଦନ ହୋଇଛି।

ad-week
Leave A Reply

Your email address will not be published.