‘ସୋୟୁଜ୍’ ମହାକାଶଯାନରେ ୨୫୦ ମାଇଲ୍‌ ଉପରେ ଥିବା ମହାକାଶ କେନ୍ଦ୍ରକୁ ଗଲେ ଆମେରିକା ଓ ରୁଷ୍‌ ମହାକାଶଚାରୀ…

Independence

sale

ନୂଆଦିଲ୍ଲୀ: ୨ଜଣ ରୁଷୀୟ ଓ ଜଣେ ଆମେରିକୀୟ ମହାକାଶଚାରୀଙ୍କୁ ନେଇ ଶୁକ୍ରବାର ରାତିରେ ରୁଷ୍‌ର ଏକ ମହାକାଶଯାନ କାଜାଖସ୍ତାନର ବୈକୋନୁର୍‌ ‘କସ୍‌ମୋଡ୍ରମ୍‌’ରୁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଅଭିମୁଖେ ଯାତ୍ରା କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ରୁଷୀୟ ମହାକାଶ ଏଜେନ୍‌ସି ‘ରସ୍‌କସ୍‌ମସ୍‌’ କହିଛି, ଶୁକ୍ରବାର ରାତି ୩.୧୫ରେ ‘ସୋୟୁଜ୍‌ ଏମ୍‌ଏସ୍‌-୨୪’ ମହାକାଶଯାନ ଆମେରିକାର ଲୋରାଲ୍‌ ଓ’ହାରା ଓ ରୁଷ୍‌ର ଓଲେଗ୍‌ କୋନୋନେଙ୍କୋ ଏବଂ ନିକୋଲାଇ ଚୁବ୍‌ଙ୍କୁ ନେଇ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଯାଇଛି।

ସେଠାରେ ସେମାନେ ‘ନାସା’ର ମହାକାଶଚାରୀ ଜାସ୍ମିନ୍‌ ମୋଗ୍‌ବେଲି, ଫ୍ରାଙ୍କ୍‌ ରୁବିଓ, ରୁଷୀୟ ମହାକାଶଚାରୀ ଡିମିତ୍ରି ପେଟେଲିନ୍, କନ୍‌ଷ୍ଟାଣ୍ଟିନ୍‌ ବୋରିସୋଭ୍‌, ସର୍ଗେଇ ପ୍ରୋକୋପିଏଭ୍‌, ଡେନ୍‌ମାର୍କର ମହାକାଶଚାରୀ ଆଣ୍ଡ୍ରିଆଜ୍‌ ମୋଗିନ୍‌ସେନ୍‌ ଓ ଜାପାନୀ ମହାକାଶଚାରୀ ସତୋଶି ଫୁରୁକାୱାଙ୍କ ସହିତ ଯୋଗ ଦେବେ।

ଓ’ହାରା ଓ ଚୁବ୍‌ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରୁଥିବା ବ‌େଳେ କୋନୋନେଙ୍କୋଙ୍କର ଏହା ୫ମ ମହାକାଶ ଯାତ୍ରା। ଓ’ହାରା ସେଠାରେ ୬ ମାସ ରହିବେ, କିନ୍ତୁ କୋନୋନେଙ୍କୋ ଓ ଚୁବ୍‌ ରହିବେ ଏକ ବର୍ଷ। ଉତ୍‌କ୍ଷେପଣ ହେବାର ପ୍ରାୟ ୩ ଘଣ୍ଟା ପରେ ସେମାନେ ମହାକାଶ କେନ୍ଦ୍ରରେ ପହଞ୍ଚି ଯାଇଥିବେ।

ସୂଚନାଯୋଗ୍ୟ, ରୁଷ୍‌ ଓ ଆମେରିକା ପରସ୍ପରକୁ ସହଯୋଗ କରୁଥିବା ଅଳ୍ପ କେତେକ ଆନ୍ତର୍ଜାତିକ ପ୍ରକଳ୍ପ ମଧ୍ୟରୁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଅନ୍ୟତମ। ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ ଦୁଇ ଦେଶ ଅନ୍ୟାନ୍ୟ କ୍ଷେତ୍ରରେ କରୁଥିବା ମିଳିତ କାର୍ଯ୍ୟରେ ବ୍ୟାଘାତ ଘଟିଛି।

ad-week
Leave A Reply

Your email address will not be published.