ବନ୍ଦ ହେଲା ଲଣ୍ଡନର ଐତିହାସିକ ‘ଇଣ୍ଡିଆ କ୍ଲବ୍’…

add-all

ind

ଲଣ୍ଡନ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ଜଡ଼ିତ ଏକ ଅଧ୍ୟାୟ ସେପ୍ଟେମ୍ବର ୧୭ରେ ଶେଷ ହୋଇଛି। ଲଣ୍ଡନସ୍ଥିତ ‘ଇଣ୍ଡିଆ କ୍ଲବ୍’ ରବିବାର ସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ ଥିବା ଏହି କ୍ଲବ ଏକଦା ନିଜ ଦେଶଠାରୁ ଦୂରରେ ଥିବା ଭାରତୀୟମାନଙ୍କର ଦ୍ୱିତୀୟ ଘର ଥିଲା । ଦେଶର ସ୍ୱାଧୀନତା ପାଇଁ ଲଢୁଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରିବା ପାଇଁ ଇଣ୍ଡିଆ କ୍ଲବ ଏକ ପ୍ରମୁଖ କେନ୍ଦ୍ର ଥିଲା । ଏହି କ୍ଲବର ପ୍ରତିଷ୍ଠାତା ସଦସ୍ୟ କ୍ରିଷ୍ଣା ମେନନ ବ୍ରିଟେନରେ ସ୍ୱାଧୀନ ଭାରତର ପ୍ରଥମ ହାଇକମିଶନର ହୋଇଥିଲେ ।

ଇଣ୍ଡିଆ କ୍ଲବ ବ୍ରିଟେନରେ ପ୍ରାରମ୍ଭିକ ଭାରତୀୟ ରେଷ୍ଟୁରାଣ୍ଟ ମଧ୍ୟରୁ ଅନ୍ୟତମ ଥିଲା ଏବଂ ପରବର୍ତ୍ତୀ ସମୟରେ ବ୍ରିଟିଶ ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଏକ ହବ୍ ରେ ପରିଣତ ହୋଇଥିଲା । କ୍ଲବର ମ୍ୟାନେଜର ଫିରୋଜା ମାର୍କର କହନ୍ତି, “ସେପ୍ଟେମ୍ବର ୧୭ରେ ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଯେ ଆମେ ବନ୍ଦ କରୁଛୁ, ସେତେବେଳେ ଏଠାକୁ ଆସୁଥିବା ଲୋକମାନଙ୍କ ସଂଖ୍ୟା ବଢିଯାଇଥିଲା । ଆମେ ଏହାକୁ ଏଠାରେ ବନ୍ଦ କରୁଛୁ କିନ୍ତୁ ଇଣ୍ଡିଆ କ୍ଲବକୁ ସ୍ଥାନାନ୍ତର କରିପାରିବା ପାଇଁ ନୂଆ ସ୍ଥାନ ଖୋଜୁଛୁ ବୋଲି ସେ କହିଛନ୍ତି ।

ପାର୍ସୀ ବଂଶୋଦ୍ଭବ ୟାଦଗର ମାର୍କର ତାଙ୍କ ପତ୍ନୀ ଫ୍ରାନି ଓ ଝିଅ ଫିରୋଜାଙ୍କ ସହ ମିଶି ଏହି ରେଷ୍ଟୁରାଣ୍ଟ ଚଳାଉଛନ୍ତି। ୧୯୯୭ ରେ ସେ ଏହି ରେଷ୍ଟୁରାଣ୍ଟର ମାଲିକାନା ହାସଲ କରିଥିଲେ । ସେତେବେଳେ ଇଣ୍ଡିଆ କ୍ଲବର ଅବସ୍ଥା ବହୁତ ଖରାପ ଥିଲା । ମାର୍କର ପରିବାର ‘ସେଭ୍ ଇଣ୍ଡିଆ କ୍ଲବ୍’ ଅଭିଯାନ ଆରମ୍ଭ କରିଥିଲେ ଏବଂ କିଛି ବର୍ଷ ପୂର୍ବେ କୋଠାକୁ ଆଂଶିକ ଉଚ୍ଛେଦରୁ ବଞ୍ଚାଇବା ପାଇଁ ପ୍ରାରମ୍ଭିକ ଲଢ଼େଇରେ ବିଜୟୀ ହୋଇଥିଲେ।

ad-week
Leave A Reply

Your email address will not be published.