ଆଫ୍ରିକୀୟ ଦେଶ କଙ୍ଗୋରେ ବର୍ଷା ପରେ ଭୂସ୍ଖଳନ, ୧୭ ଜଣଙ୍କ ମୃତ୍ୟୁ…

add-all

fl

ଆଫ୍ରିକୀୟ ଦେଶ କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରବିବାର ରାତିରେ ହୋଇଥିବା ଭୂସ୍ଖଳନରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ, ଭୂସ୍ଖଳନ ପରେ ମାଟି ଗଦା ଭିତରେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଅନୁସାରେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ।

ନାଗରିକ ସମାଜ ସଙ୍ଗଠନ ଫୋର୍ସେସ୍‌ ୱିଭ୍ସର ସଭାପତି ମାଥ୍ୟୁ ମୋଲ କହିଛନ୍ତି, ଉତ୍ତର-ପଶ୍ଚିମ ମୋଙ୍ଗାଲା ପ୍ରଦେଶର ଲିସଲ ସହରରେ କଙ୍ଗୋ ନଦୀ କୂଳରେ ଭୂସ୍ଖଳନ ହୋଇଛି। ଏଠାରେ ପାହାଡ଼ ତଳେ ଲୋକଙ୍କ ଘର ରହିଥିଲା। ଭୂସ୍ଖଳନ ପରେ ପାହାଡ଼ରୁ ମାଟି ଓ ପଥର ଖଣ୍ଡଗୁଡ଼ିକ ଖସି ଲୋକଙ୍କ ଘର ଉପରେ ପଡ଼ିଥିଲା। ଫଳରେ ଅନେକ ଲୋକ ଏହି ମାଟି ଗଦା ଭିତରେ ପୋତି ହୋଇପଡ଼ିଥିଲେ।

ଅଧିକାରୀଙ୍କ କହିବା ଅନୁସାରେ, ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପାହାଡ଼ର ମାଟି ଗଦା ଭିତରେ ଅନେକ ଘର ପୋତି ହୋଇଯାଇଛି।

ଗଭର୍ଣ୍ଣର ସିଜର ଲିମ୍ବାୟା ମବାଙ୍ଗିସା କହିଛନ୍ତି ଯେ ପାହାଡ଼ର ଧ୍ୱଂସାବଶେଷ ସଫା କରିବା ଏବଂ ଜୀବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ରାଜ୍ୟପାଳ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.