ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇରେ ବୁଡ଼ିଗଲେ ଯୁବକ…

add-all

ewr

ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନିଖୋଜ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ବିଶ୍ୱାଳ। ତାଙ୍କ ଘର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ।

ଗତକାଲି ସନ୍ଧ୍ୟାରେ ପ୍ରଫୁଲ୍ଲ  ଅନ୍ୟ ଯୁବକଙ୍କ ସହ ବିଶ୍ୱକର୍ମାଙ୍କ ମୂର୍ତ୍ତି ଭସାଣ କରିବା ପାଇଁ କୁଆଖାଇ ନଦୀକୁ ଯାଇଥିଲେ। ଏହି ସମୟରେ ସେ ନଦୀରେ ବୁଡ଼ିଯାଇଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହେବାରୁ ଆଉ ଖୋଜାଖୋଜି କରାଯାଇଥିଲ। ଆଜି ସକାଳେ ପ୍ରଫୁଲ୍ଲଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ପ୍ରଫୁଲ୍ଲ ପାଇପ୍ ମିସ୍ତ୍ରୀ ଭାବରେ କାମ  କରୁଥିଲେ।

ad-week
Leave A Reply

Your email address will not be published.