ଥାନାରେ ଏତଲା ଦେଲେ ଶ୍ରୀକାନ୍ତ ସାହୁ…

add-all

srikant

ପୁରୁଷୋତ୍ତମପୁର //ପୋଲସରା: ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର କରା ଯାଉଥିବା ସମ୍ପର୍କରେ ନିଜେ ବିଧାୟକ ଶ୍ରୀ ସାହୁ ପୋଲସରା ଥାନା ରେ ଏତଲା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ୧୩ ତାରିଖ ଦିନ ସକାଳ ୮.୩୦ ସମୟରେ ସେ ପୋଲସରା ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ମୋବାଇଲରେ ଦେଖିବାକୁ ପାଇଲେ ଯେ ବିକାଶ ବେହେରା ନାମକ ଜଣେ ସଂଯୁକ୍ତା ମହଲାଙ୍କ ଫେସବୁକ୍ ରେ ଚାଟ କରି ବିଧାୟକ ଶ୍ରୀକାନ୍ତଙ୍କୁ ହତ୍ୟା କରିବା ପାଇଁ ତାଙ୍କର ସହାୟତା ଲୋଡିଛନ୍ତି। ଏଥି ସହିତ ଭୁବନେଶ୍ବର ସମ ହସ୍ପିଟାଲ ଓ ମେଡିକାଲ କଲେଜରେ ପଢୁଥିବା ବିଧାୟକଙ୍କ ଝିଅକୁ ମଧ୍ୟ ହତ୍ୟା କରିବା ପାଇଁ କହିଥିବା ଶ୍ରୀକାନ୍ତ ତାଙ୍କ ଏତଲାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ବିଜୁ ଜନତା ଦଳର ନାରୀନେତ୍ରୀ ସଂଯୁକ୍ତା ମହଲା କିଛି ମାସ ପୂର୍ବେ ଶ୍ରୀକାନ୍ତଙ୍କ ନାମରେ ଭୁବନେଶ୍ଵର ମହିଳା ଥାନାରେ ଅଭିଯୋଗ କରିଥିଲେ। ତେବେ ମହିଳା ଥାନାରୁ ସେ ଉପଯୁକ୍ତ ନ୍ୟାୟ ପାଇନଥିବା ଅଭିଯୋଗ କରି ସଂଯୁକ୍ତା ବର୍ତ୍ତମାନ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଅପିଲ କରିଛନ୍ତି।  ଉଚ୍ଚ ନ୍ୟାୟାଳୟ ସଂଯୁକ୍ତାଙ୍କ ଅପିଲକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ତେବେ ଫେସବୁକ୍ ର ସଂଯୁକ୍ତା ମହଲା ସିଏ କି ନାହିଁ ବିଧାୟକ ଶ୍ରୀକାନ୍ତ ତାଙ୍କ ଏତଲାରେ ଉଲ୍ଲେଖ କରି ନାହାନ୍ତି। ଶ୍ରୀକାନ୍ତଙ୍କ ଏତଲା ପାଇବା ପରେ ପୋଲସରା ଥାନା ପକ୍ଷରୁ ୫୫୪/୨୦୨୩ ନମ୍ବର ମୋକଦ୍ଦମା ରୁଜ୍ଜୁ କରାଯାଇ ଅନୁସନ୍ଧାନ କରା ଯାଉଥିବା ଜଣାପଡିଛି।

ad-week
Leave A Reply

Your email address will not be published.