ଖାଦ୍ୟ ବିଷ କ୍ରିୟାରୁ ପରିବାରର ୧୧ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି…

add-all

helath

ଆନନ୍ଦପୁର : ଖାଦ୍ୟ ବିଷ କ୍ରିୟାରୁ ୧୧ ଅସୁସ୍ଥ। ଆନନ୍ଦପୁର ନନ୍ଦିପଦା ଥାନା ଅମୃତପୁର ଗାଁରେ ରାତିରେ ଚିକେନ ଖାଇ ୧୧ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ଥ ଅସୁସ୍ଥଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ଯରେ ୨ ପୁରୁଷ , ୩ଜଣ ମହିଳା ଓ ୬ଜଣ ଶିଶୁ ଅଛନ୍ତି ।

ସୂଚନା ଅନୁସାରେ ଗତକାଲି ଗାଁର ଅନନ୍ତ ନାରାୟଣ ଦାସଙ୍କ ପରିବାର ଚିକେନ୍ ରୋଷେଇ କରି ଖାଇବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ଯାଇଥିଲେ। ପ୍ରଥମେ ଶାଳଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଅସୁସ୍ଥଙ୍କୁ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳୁ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଅଣା ଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.