ହତ୍ୟା ଅଭିଯୋଗ ଆଣିଲେ ପରିବାର ଲାେକ…

add-all

col

ରାଉରକେଲା:ଆରଏସପି ପ୍ରଶାସନିକ ଭବନ  ନିକଟ ସେଞ୍ଚୁରି ପାର୍କରୁ ମିଳିଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମଞ୍ଜଙ୍କ ମୃତଦେହ । ତାଙ୍କର ମୃତଦେହ ସେଞ୍ଚୁରି ପାର୍କ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ହେଲେ ସେଞ୍ଚୁରି ପାର୍କ ପୋଖରୀକୁ ମୃତ ଦେହ କେମିତି ଆସିଲା ଏବଂ କେଉଁ ପରିସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ଘଟିଲା ତାହାକୁ ନେଇ ସନ୍ଦେହ ଦେଖା ଦେଇଛି । ଅନ୍ୟପକ୍ଷେ ସୁସ୍ମିତାଙ୍କ ପରିବାର ପକ୍ଷରୁ ଏ ନେଇ ହତ୍ୟା ଅଭିଯୋଗ କରାଯାଇଛି ।

ରାଜଗାଙ୍ଗପୁର ରମା ବାହାଲ ଅଞ୍ଚଳର ସୁସ୍ମିତା ମିଞ୍ଜ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଥିଲେ । ପ୍ରତିଦିନ ସେ ତାଙ୍କ ଘରୁ ରାଉରକେଲା କାର୍ଯ୍ୟାଳୟକୁ ଆସୁଥିଲେ। ହେଲେ ଗତ ୧୭ ତାରିଖରୁ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ।

ମଙ୍ଗଳବାର ସକାଳୁ ହୋଟେଲରୁ ବାହାରି ଆସିଥିଲେ। ହେଲେ ସନ୍ଧ୍ୟାରେ ତାଙ୍କ ମୃତ ଶରୀର ପୋଖରୀରୁ ଉଦ୍ଧାର କରଯାଇଥିଲା। ଏପଟେ ସୁସ୍ମିତାଙ୍କ ପରିବାର ଲୋକେ ଝିଅକୁ ନ ପାଇଁ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ।

ମଙ୍ଗଳବାର ଅପରାହ୍ନରେ ସେଞ୍ଚୁରି ପାର୍କରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଏ ନେଇ  ସୁରକ୍ଷାକର୍ମୀ ପ୍ଲାଣ୍ଟସାଇଟ୍‌ ଥାନାକୁ ସୂଚନା ଦେଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ପୁଷ୍କରଣୀ ଭିତରକୁ ସୁସ୍ମିତାଙ୍କ ଶବ ଉଦ୍ଧାର କରିଥିଲେ। ତେବେ ତାଙ୍କର ମୃତଦେହ କିପରି ଏଠାକୁ ଆସିଲା ସେ ନେଇ ପୋଲିସ ଛାନଭିନ କରୁଛି।

ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏପରିକି ଝିଅର ମୃତ୍ୟୁ ପାଇଁ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀଙ୍କୁ ସେମାନେ ଦାୟୀ କରିଛନ୍ତି ।  କିଛି ଦିନ ହେବ ସୁସ୍ମିତା ବହୁତ ଟେନସନରେ ରହୁଥିଲେ ଏବଂ ଜିଲ୍ଲାପାଳ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଫିସ କାମ ପାଇଁ ଚାପ ପକାଉଥିଲେ ବୋଲି ସୁସ୍ମିତାଙ୍କ ମା’ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.