ଫତେପୁର ସିକ୍ରିରେ ଫଟୋ ଉଠାଉଥିଲେ ଫ୍ରେଞ୍ଚ ନାଗରିକ; ୯ ଫୁଟ ଉପରୁ ଖସି ପଡ଼ିଲେ

add-all

chi

ଭାରତ ବୁଲି ଆସି ଆଖି ବୁଜିଲେ ଫ୍ରେଞ୍ଚ ନାଗରିବ । ଫତେପୁର ସିକ୍ରିଠାରେ ଫଟୋ ଉଠାଉଥିବା ବେଳେ ୯ ଫୁଟ ଉଚ୍ଚରୁ ଖସି ପଡ଼ି ଚାଲିଗଲା ମହିଳା ପର୍ଯ୍ୟଟକଙ୍କ ଜୀବନ । ଏକ କାଠ ପାହାଚରେ ଛିଡ଼ା ହୋଇ ଫଟୋ ଉଠାଉଥିବା ବେଳେ ରେଲିଂ ଭାଙ୍ଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି।

ମହିଳାଜଣକ ନିଜର କିଛି ସାଥୀଙ୍କ ସହ ଫ୍ରାନ୍ସରୁ ବୁଲିବା ନିମନ୍ତେ ଭାରତ ଆସିଥିଲେ । ସେମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ସାରିବା ପରେ ଫତେପୁର ସିକ୍ରି ବୁଲି ଯାଇଥିଲେ। ସେଠାରେ ସେମାନେ ବୁଲାବୁଲି ସହ ଫଟୋ ଉଠାଉଠି କରିଥିଲେ।  ମହିଳାଜଣକ ନିଜର କିଛି ସାଥିଙ୍କ ସହ ଏକ କାଠ ପାହାଚରେ ଫଟୋ ଉଠାଉଥିଲେ। ମାତ୍ର ଉକ୍ତ ସମୟରେ ଅତ୍ୟଧିକ ଓଜନ ହେତୁ ରେଲିଂଟି ଭାଙ୍ଗି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ମହିଳାଜଣକ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ଓ ପରେ ଆଗ୍ରାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପର୍ଯ୍ୟଟକଙ୍କ ସୂଚନା ଅନୁଯାୟୀ, ଫତେପୁର ସିକ୍ରି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ସେଠାରେ କିନ୍ତୁ କୌଣସି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ କୌଣସି ଅଘଟଣ ଘଟିଲେ ୨୦ କିମି ଦୂର କିରାଓଲିରୁ ଆମ୍ବୁଲାନ୍ସ ଆସିଥାଏ। ଏହା ମଧ୍ୟରେ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.