ବିରୋଧୀଙ୍କୁ ଆମେ ସଠିକ ଭାବେ ମୁକାବିଲା କରିବୁ: ସରକାରୀ ଦଳ ମୁଖ୍ୟ ସଚେତକ…

add-all

mla

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇତିହାସ ସୃଷ୍ଟି ହୋଇଛି ପ୍ରଥମ ଥର ମହିଳା ବାଚସ୍ପତି ହୋଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ। ସମସ୍ତେ ଏହାକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ବି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେ ଆହୁରି କହିଛନ୍ତି, ପ୍ରସଙ୍ଗ ନେଇ ବିରୋଧୀ ଆସିବେ, ଆମେ ସଠିକ ଭାବେ ତାକୁ ମୁକାବିଲା କରିବୁ। ନୂଆ ଓ ପୃରୁଣା ସଦସ୍ୟ ଠିକ ସମୟରେ ବିଧାନସଭା ଆସିବେ ଓ ସବୁ ସମୟରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବିକାଶ ଆମ ପ୍ରମୁଖ ମୁଦ୍ଦା, ବିକାଶ ନେଇ ନେଇ ପ୍ରଶ୍ନର ଉତ୍ତର ରହିବ। ବିଧାନସଭା ଚାଲିବା ବେଳେ ଯାହା ପ୍ରଶ୍ନ ଆସିବ, ଜବାବ ଦିଆଯିବ। ଆଜି ଅପରାହ୍ନ ଚାରିଟାରେ ସର୍ବଦଳୀୟ ବୈଠକ ବସିବ ଏବଂ ପାଞ୍ଚଟାରେ ୨୦୨୩-୨୪ ଲାଗି ଅତିରିକ୍ତ ବଜେଟ ଆଗତ ହେବ।

ad-week
Leave A Reply

Your email address will not be published.