ଯୁଦ୍ଧ ପ୍ରସ୍ତୁତି କରୁଛି ଚୀନ୍‌: ଆମେରିକା ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି…

add-all

er

ୱାସିଂଟନ୍‌: ଆମେରିକା ଓ ବିଶ୍ବ ପ୍ରତି ଚୀନ୍‌କୁ ଜୀବନ୍ତ ବିପଦ କହି ଭାରତୀୟ-ଆମେରିକୀୟ ତଥା ‘ରିପବ୍ଲିକାନ୍‌ ପାର୍ଟି’ର ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି ଦାବି କରିଛନ୍ତି ଯେ, ବେଜିଙ୍ଗ୍‌ ଯୁଦ୍ଧ କରିବା ଲାଗି ପ୍ରସ୍ତୁତି ଚଳାଇଛି। ଶୁକ୍ରବାର ଦିନ ଷ୍ଟେଟ୍‌ ଅଫ୍‌ ନିଉ ହେମ୍‌ସ୍‌ଫାୟାର୍‌ ଅର୍ଥନୀତି ସଂକ୍ରାନ୍ତ ପ୍ରମୁଖ ନୀତି ଉପରେ ଉଦ୍‌ବୋଧନ ଦେବା ବେଳେ ହେଲି କହିଛନ୍ତି, ଆମେରିକାକୁ ପରାସ୍ତ କରିବା ପାଇଁ ଚୀନ୍‌ ଅର୍ଦ୍ଧଶତାବ୍ଦୀ କଟାଇଛି। କେତେକ କ୍ଷେତ୍ରରେ ଚୀନ୍‌ ସେନା ଆମେରିକାର ସଶସ୍ତ୍ର ବାହିନୀ ସମକକ୍ଷ ହୋଇ ସାରିଛି ମଧ୍ୟ।

ଉଲ୍ଲେଖଯୋଗ୍ୟ, ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାରତୀୟ-ଆମେରିକୀୟ ବିବେକ ରାମସ୍ବାମୀ ଓହାଇଓରେ ଚୀନ୍‌ ସଂକ୍ରାନ୍ତରେ ବୈଦେଶିକ ନୀତି ଉପରେ ଭାଷଣ ଦେବାର ୨ ଦିନ ପରେ ହେଲି ଉପରୋକ୍ତ ଦାବି କରିଛନ୍ତି। ହେଲି କହିଛନ୍ତି, ବିଶେଷକରି, କମ୍ୟୁନିଷ୍ଟ୍‌ ଚୀନ୍‌ ସମ୍ମୁଖରେ ଆମର ଜାତୀୟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସାମର୍ଥ୍ୟ ଓ ଗ‌ୌରବ ଅତ୍ୟାବଶ୍ୟକ। ଚୀନ୍‌ ହେଉଛି ସଜୀବ ବିପଦ। ଆମକୁ ପରାସ୍ତ କରିବା ଷଡ଼ଯନ୍ତ୍ରରେ ଚୀନ୍‌ ଅର୍ଦ୍ଧଶତାବ୍ଦୀ ବିତାଇ ସାରିଲାଣି।

ଚୀନ୍‌ ଆମେରିକାର ଶିଳ୍ପ ଉତ୍ପାଦ କାର୍ଯ୍ୟ ସବୁ ନେଇଯାଇଥିବା କଥା ବି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚୀନ୍‌ ଆମ ବ୍ୟବସାୟର ଗୋପନ ତଥ୍ୟ ହାସଲ କରିସାରିଛି। ଏବେ ଔଷଧଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ବପୂର୍ଣ୍ଣ ଶିଳ୍ପ ଉପରେ ନିୟନ୍ତ୍ରଣ କରୁଛି। ରେକର୍ଡ ସମୟ ଭିତରେ ଚୀନ୍‌ ଗୋଟାଏ ଆର୍ଥିକ ପଛୁଆ ଦେଶରୁ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୀତି ହୋଇଗଲାଣି।

ଏବେ ବିଶ୍ବର ସର୍ବବୃହତ୍‌ ଅର୍ଥନୀତି ହେବା ତା’ର ଚରମ ଲକ୍ଷ୍ୟ। ଏଥପ୍ରତି କମ୍ୟୁନିଷ୍ଟ୍‌ ପାର୍ଟିର ଉଦ୍ଦେଶ୍ୟ ବି ସୁସ୍ପଷ୍ଟ। ସେମାନେ ଆମେରିକାକୁ ଭୟଭୀତ କରିବା ଏବଂ ଏସିଆ ଓ ତା’ ବାହାରେ ପ୍ରାଧାନ୍ୟ ବିସ୍ତାର କରିବା ଭଳି ବିଶାଳ, ଅତ୍ୟାଧୁନିକ ସେନା ନିର୍ମାଣରେ ଲାଗିଛନ୍ତି। ସେମାନେ ଆମ ଆକାଶକୁ ଗୁପ୍ତଚର ବେଲୁନ୍‌ ପଠାଉଛନ୍ତି ଓ ଆମ ସମୁଦ୍ର ଆରପାରି କ୍ୟୁବାରେ ଗୁପ୍ତଚର ଘାଟି ନିର୍ମାଣ କରୁଛନ୍ତି ବୋଲି ସେ କହିଛନ୍ତି। ସାବଧାନ କରାଇ ସେ କହିଛନ୍ତି, କମ୍ୟୁନିଷ୍ଟ୍‌ ପାର୍ଟି ଯୁଦ୍ଧ ପ୍ରସ୍ତୁତି କରୁଛି, ଏକଥାକୁ ସନ୍ଦେହ କରନ୍ତୁ ନାହିଁ। ଚୀନ୍‌ ନେତାମାନେ ବିଜୟୀ ହେବାକୁ ଚାହାଁନ୍ତି।

ad-week
Leave A Reply

Your email address will not be published.