କାନାଡା-ଭାରତ ବିବାଦକୁ ‘ହାତୀ ସହିତ ପିମ୍ପୁଡି’ର ଲଢ଼େଇ ସଙ୍ଗେ ତୁଳନା କଲେ ପୂର୍ବତନ ପେଣ୍ଟାଗନ୍‌ ଅଧିକାରୀ

add-all

cs

ଭାରତ-କାନାଡା ବିବାଦରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ଅଛି ଏବଂ ଏହା ହାତୀ ସହିତ ଲଢ଼େଇ କରିବା ଲାଗି ପିମ୍ପୁଡ଼ିର ଆହ୍ବାନ ଭଳି ମନେ‌ ହେଉଛି ବୋଲି ପେଣ୍ଟାଗନ୍‌ର ପୂର୍ବତନ କର୍ମଚାରୀ ତଥା ‘ଆମେରିକାନ୍‌ ଏଣ୍ଟର୍‌ପ୍ରାଇଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ବରିଷ୍ଠ ଫେଲୋ ମାଇକେଲ୍‌ ରୁବିନ୍ କହିଛନ୍ତି।

ଭାରତ ଉପରେ କାନାଡାର ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରୁବିନ୍‌ କହିଛନ୍ତି, ସତ କହିବାକୁ ଗଲେ ଏଥିରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ରହିଛି। ଯଦି କାନାଡା ଯୁଦ୍ଧ କରିବାକୁ ବାହାରେ, ଏ କ୍ଷେତ୍ରରେ ହାତୀ ସହିତ ପିମ୍ପୁଡ଼ି ଯୁଦ୍ଧ ଘୋଷଣା କରିବା ପରି କଥା ହେବ। ଏହାର କାରଣ ହେଲା ଭାରତ ହେଉଛି ବିଶ୍ବର ବୃହତ୍ତମ ଗଣତନ୍ତ୍ର। ବିଶେଷକରି, ଭାରତ ମହାସାଗର ବେସିନ୍‌ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ପ୍ରାଧାନ୍ୟ ଓ ଅନ୍ୟାନ୍ୟ ସମସ୍ୟା ଦୃଷ୍ଟିରୁ ଦେଖିଲେ, ଭାରତର ରଣନୀତି କାନାଡାଠାରୁ ଢେର୍‌ ଉନ୍ନତ।

ସୂଚନାଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପ୍ରସଙ୍ଗକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଛି। ସେହିପରି, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟ୍‌ମାନଙ୍କର ସମ୍ଭାବ୍ୟ ସମ୍ପୃକ୍ତି ସଂକ୍ରାନ୍ତ ପ୍ରମାଣ କିଛି ସପ୍ତାହ ଆଗରୁ ଦିଲ୍ଲୀକୁ ପଠାଇ ଥିବା କଥା ଶୁକ୍ରବାର ଦିନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ସେପଟେ, ତଦନ୍ତରେ କାନାଡାକୁ ସହଯୋଗ କରିବା ଲାଗି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ମଧ୍ୟ ଭାରତକୁ କହିଛନ୍ତି। ସେ କହିଛନ୍ତି, ଆମେ ଉତ୍ତରଦାୟୀକୁ ଜାଣିବାକୁ ଚାହୁଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏ ଦିଗରେ ତଦନ୍ତ ଅଗ୍ରସର ହେଉଛି ଏବଂ ତାହା ଜଣାପଡ଼ିଯିବ। ଆମର ଆଶା, ଏ ତଦନ୍ତରେ ଭାରତୀୟ ବନ୍ଧୁମାନେ ବି ସହଯୋଗ କରିବେ।

ad-week
Leave A Reply

Your email address will not be published.