ହୋଟେଲ୍‌ରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୩ ଗୁରୁତର

add-all

fire

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ୍ ସ୍ଥିତ ନନା ହୋଟେଲ୍‌ରେ ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ |

ସେହିପରି ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡ଼ି ଛକରେ ଥିବା ରାଜପୁତ୍ ଢାବାରେ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା। ଫଳରେ ହୋଟେଲ ବ୍ୟାପକ କ୍ଷତି ଘଟିଛି। ହୋଟେଲ କର୍ମଚାରୀମାନେ ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ad-week
Leave A Reply

Your email address will not be published.