ଜଷ୍ଟିନ ଟ୍ରୁଡ଼ୋଙ୍କ ବିରୋଧରେ ହିନ୍ଦୁ ସଂଗଠନର ବିକ୍ଷୋଭ…

add-all

rek

ନୂଆଦିଲ୍ଲୀ: କାନାଡ଼ା ଏବେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଭାରତ ବିରୋଧରେ ଲଗାତାର ଭିତ୍ତହୀନ ଅଭିଯୋଗ କରିଚାଲିଛନ୍ତି। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆଜି ଦିଲ୍ଲୀର ଯନ୍ତର ମନ୍ତରଠାରେ ମିଳିତ ହିନ୍ଦୁ ସାମ୍ମୁଖ୍ୟ ପକ୍ଷରୁ କାନାଡ଼ା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏବଂ କାନାଡ଼ା ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ ନକରିବାକୁ କୁହାଯାଇଛି। ଯଦି ଜଷ୍ଟିନ ଟ୍ରୁଡ଼ୋଙ୍କର ଖଲିସ୍ତାନୀଙ୍କ ପ୍ରତି ଏତେ ଦରଦ ରହିଛି ତା’ହେଲେ ସେ ନିଜ ଦେଶରେ ଖଲିସ୍ତାନ ତିଆରି କରନ୍ତୁ ବୋଲି ହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଛି । କାନାଡ଼ାକୁ ଦୁଇଭାଗ କରି ନୂଆ ଖଲିସ୍ତାନ ରାଷ୍ଟ୍ର ଘୋଷଣା କରାଯାଉ ବୋଲି ମିଳିତ ହିନ୍ଦୁ ସାମ୍ମୁଖ୍ୟର ଅନ୍ତର୍ଜାତୀୟ ସଭାପତି ଭଗବାନ ଗୋୟଲ କହିଛନ୍ତି। କାନାଡ଼ାରେ ଥିବା ଭାରତର ମୋଷ୍ଟ ୱାଣ୍ଟେଡ଼ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ତୁରନ୍ତ ଭାରତ ପ୍ରତ୍ୟର୍ପଣ କରିବାକୁ ସଂଗଠନ ଦାବି କରିଛି।

ad-week
Leave A Reply

Your email address will not be published.