ସାରା ରାଜ୍ୟର ଆଶାକର୍ମୀ ରାଜଧାନୀରେ ଏକାଠି ଗର୍ଜିଲେ…

add-all

asha

ଭୁବେନଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ସ୍ଥାୟୀ ନିଯୁକ୍ତି ଦାବି ଗର୍ଜିଲେ । ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ନିଜର ଦାବି ନେଇ ଧାରଣା ଦେଲେ। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଛାତିରେ ।  ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି ଦାବି କରି ସାରା ରାଜ୍ୟର ଆଶା କର୍ମୀ ରାଜଧାନୀରେ ଏକାଠି ହୋଇଛନ୍ତି ।

ଏତେ ସଂଖ୍ୟକ ଆଶାକର୍ମିଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ରାଜଧାନୀ ପୋଲିସ ଛାଉଣୀ ହୋଇ ଯାଇଛି । ଏପରିକି ଆଶାକର୍ମୀ-ପୋଲିସ ଧସ୍ତାଧସ୍ତି ବି ହୋଇଛନ୍ତି । ଆନ୍ଦୋଳନରତ ଆଶାକର୍ମୀମାନେ ବିଧାନସଭା ଆଡକୁ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ଠେଲାପେଲା ଓ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନାଥାଉ କି, ୨୦ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଆଶା କର୍ମୀ  । ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି, ପେନ୍‌ସନ୍‌ ୧୦ ହଜାର ଟଙ୍କା ଏବଂ ମୃତ୍ୟୁକାଳୀନ ସହାୟତା ୮ ଲକ୍ଷ ଟଙ୍କା ଦେବାକୁ ଆଶାକର୍ମୀ ଦାବି କରିଛନ୍ତି। ବାରମ୍ବାର ପ୍ରତିବାଦ ଓ ଧାରଣା ପରେ ବି ସରକାର ଶୁଣୁ ନଥିବାରୁ ଆଜି ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଆଶାକର୍ମୀ କହିଛନ୍ତି, ‘ଆମ ପିଲାମାନେ ଅନାଥ ହୋଇଗଲେଣି, ହେଲେ ଆମେ ଶହ ଶହ ପିଳାଙ୍କ ଜୀବନ ବଞ୍ଚାଉଛୁ। ତେଣୁ ସରକାର  ଆମ ଦାବି ମାନି ନିଅନ୍ତୁ ।   ଦରମା ଏବେ ମାତ୍ର ୪ ହଜାର ଟଙ୍କା ମିଳୁଛି।  ବର୍ତ୍ତମାନର ଏହି ଦରବୃଦ୍ଧି ସମୟରେ ଏତେ କମ୍‌ ଟଙ୍କାରେ ଆମ ପିଲାମାନେ କେମିତି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି   । ସେମାନେ ବାରମ୍ବାର  ନିଜ ଦାବି ସମ୍ପର୍କରେ ସରକାରଙ୍କୁ ଜଣାଇଲେଣି । ହେଲେ  ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ ।

ad-week
Leave A Reply

Your email address will not be published.