ଟଙ୍କା ନ ଦେବାରୁ ସାଙ୍ଗକୁ ମାରିଦେଲା ସାଙ୍ଗ…

add-all

sanga

ରାଉରକେଲା: ଟଙ୍କା ନ ଦେବାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ। ରାଉରକେଲା ଟାଙ୍ଗରପାଲି ହେକେଟ ରୋଡ଼ର କଚଡା ପୁଲିଆ ନିକଟରୁ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ବାଲୁଘାଟର ରୁଦ୍ର ପାଢୀ। ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ପଢୁଥିଲ୍। ଆଜି ସକାଳେ ନାବାଳକଙ୍କ ମୃତଦେହ କଚଡ଼ା ପୁଲିଆ ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ।

ଅଭିଯୋଗ ଅନୁଯାୟୀ, ଗଣେଶ ଭସାଣୀ ଦିନ ରୁଦ୍ରଙ୍କୁ ତାଙ୍କର ୩ ଜଣ ସହପାଠୀ ଟଙ୍କା ମାଗିଥିଲେ। ତେବେ ରୁଦ୍ର ଟଙ୍କା ନଦେବାରୁ ଉତ୍ୟକ୍ତ ହୋଇ ତିନି ସାଙ୍ଗ ମିଶି ପଥରରେ ଛେଚି ହତ୍ୟା କରିଥିଲେ। ଘଟଣାରେ ପୋଲିସ ରୁଦ୍ରଙ୍କ ୩ ଜଣ ସହପାଠୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ad-week
Leave A Reply

Your email address will not be published.