ବ୍ୟାଙ୍କକୁ ଯିବାବେଳେ ବାଟରୁ ବ୍ରାଞ୍ଚ ମ୍ୟାନେଜର ନିଖୋଜ…

add-all

bm

ବାଙ୍କି  : କୁଆଡେ ଗଲେ ବ୍ୟାଙ୍କ ମ୍ୟାନେଜର… ଦୁଇ ଦିନ ଛୁଟି ସାରି ଆସୁଥିଲେ ବ୍ୟାଙ୍କ କିନ୍ତୁ ବାଟରେ ହୋଇଗଲେ ଉଭାନ । କୁଆଡେ ଗଲେ କେଉଁଠାକୁ ଗଲେ କିଛିର ବି ଖୋଜ ଖବର ମିଳୁନି ଏଯାଏଁ । ବ୍ୟସ୍ତ ହୋଇ ସ୍ତ୍ରୀ ବ୍ରହ୍ମପୁରରୁ ଧାଈଁ ଆସିଛନ୍ତି ଖୋଜିବାକୁ । କିନ୍ତୁ କିଛି ବି ସୁରାକ ମିଳୁନି ବ୍ୟାଙ୍କ ମ୍ୟାନେଜରଙ୍କର । ଫୋନରେ କହିଲେ ବ୍ୟାଙ୍କ ଯାଉଛି କିନ୍ତୁ ନିର୍ଦ୍ଧିଷ୍ଟ ସମୟ ପାର କରିଯାଇଥିଲେ ସୁଦ୍ଧା ଆସିଲେନି ମ୍ୟାନେଜର ସାର । ଫୋନ୍‌ ବି ଆସୁଥିଲା ସୁଇଚ ଅଫ୍‌ । ଏବେ ପର୍ଯ୍ୟନ୍ତ ବି ସୁଇଚ୍‌ ଅଫ୍‌ ଅଛି ବ୍ୟାଙ୍କ ମ୍ୟାନେଜର ସାରଙ୍କ ମୋବାଇଲ ।

ଶନିବାର ରବିବାର ଦୁଇ ଦିନ ଛୁଟି ସାରି ସୋମବାର ଦିନ ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଟକ ଜିଲ୍ଲାର ବାଙ୍କୀ ବୈଦେଶ୍ୱର୍ ଥାନା ଅନ୍ତର୍ଗତ କାନାଡା ବ୍ୟାଙ୍କ୍ କଳାପଥର ଶାଖାରୁ ମହାନଦୀର ଉତ୍ତର ପାର୍ଶ୍ୱରେ ଥିବା ବଡମ୍ବା ସ୍ଥିତ କାନାଡା ବ୍ୟାଙ୍କ୍ ଶାଖାକୁ ଯାଉଥିବା ବ୍ରାଞ୍ଚ ମ୍ୟାନେଜର ବୈଦେଶ୍ୱର୍ ଥାନାର ମାତ୍ର କିଛି ବାଟ ପୂର୍ବରୁ କେଉଁଆଡେ ନିଖୋଜ୍‌ ହୋଇଯାଇଛନ୍ତି ।

ଏନେଇ ବୈଦେଶ୍ୱର୍ ଥାନାରେ ଲିଖିତ ଏତଲା ଦେଇଛନ୍ତି କଳାପଥର ଶାଖାର ବ୍ରାଞ୍ଚ ମ୍ୟାନେଜର। କାନାଡା ବ୍ୟାଙ୍କର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁ ନିଜ ଘର ବ୍ରହ୍ମପୁରରୁ ଆଡ଼ଭେଞ୍ଚର୍ ବାଇକରେ ଆସି ଠିକ୍ ସାଢ଼େ ନଅଟାରେ କଳାପଥର ଶାଖାରେ ପହଞ୍ଚି କିଛି ବ୍ୟାଙ୍କ୍ ସମ୍ପର୍କିତ କାର୍ଯ୍ୟ କରି ବାଇକ୍ ଯୋଗେ ବଡମ୍ବା ଯାଉଥିଲେ।

ହେଲେ ପତନି ଛକ ପାସ କରିବା ପରେ ଆଉ ମ୍ୟାନେଜରଙ୍କ ଫୋନ ଲାଗିଲାନି । ବାରମ୍ବାର ସୁଇଚ ଅଫ୍‌ ଆସୁଥିଲା ଫୋନ୍‌ । ବଡମ୍ବା ବ୍ରାଞ୍ଚରେ ପହଞ୍ଚିବାରେ ବିଳମ୍ବ ହେବାରୁ କର୍ମଚାରୀମାନେ କଳା ପଥର ମ୍ୟାନେଜରଙ୍କୁ ଆସି ନ ଥିବାର ଖବର ଦେଇଥିଲେ। ବହୁ ଖୋଜା ଖୋଜି ପରେ କଳା ପଥର ମ୍ୟାନେଜର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁଙ୍କ ପତ୍ତା ମିଳୁ ନ ଥିବାର ଏକ ଲିଖିତ ଏତଲା ଦାୟର କଲେ।

ଏତଲା ଆଧାରରେ ପୋଲିସ୍ ତନାଘନା କରୁଥିବା ବେଳେ ନିଖୋଜ ବ୍ରାଞ୍ଚ ମ୍ୟାନେଜର ଙ୍କ ପରିବାର ଓ ସମ୍ପର୍କୀୟ ମାନେ ପହଞ୍ଚି ଖୋଜା ଖୋଜି କରୁଛନ୍ତି। ପତନି ଛକ ର ଏକ ଦୋକାନ ରୁ ସି ସି ଟିଭି ଫୁଟେଜ ରୁ ବ୍ରାଞ୍ଚ ମ୍ୟାନେଜର ୧୦ ଟା ସମୟରେ ବାଇକରେ ଯାଉଥିବାର ଜଣାପଡ଼ିଛି। ତେବେ କେଉଁ ଆଡେ ଗଲେ ବ୍ରାଞ୍ଚ ମ୍ୟାନେଜର। ଅପହରଣ ନା ଆଉ କଣ ତଦନ୍ତ ହେଲେ ଜଣା ପଡ଼ିବ। ସେପଟେ ମ୍ୟାନେଜରଙ୍କ ପତ୍ନୀ କହିଛନ୍ତି ଭୋର୍ ଛଅ ଟାରେ ବ୍ରହ୍ମପୁ ଘରୁ ବାହାରି ଥିଲେ। ଘରେ ସେଭଳି କିଛି ଅସୁବିଧା ହୋଇ ନ ଥିଲା।

ad-week
Leave A Reply

Your email address will not be published.