ଦୁଇ ଶହ ଟଙ୍କା ପାଇଁ ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ…

add-all

para

ପାରାଦୀପ : ଦୁଇ ଶହ ଟଙ୍କା ପାଇଁ ନିସ୍ତୁକ ମାଡ଼। ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ। ଗୁରୁତର ଅବସ୍ଥାରେ ଗ୍ରାହକ ପ୍ରଶାନ୍ତ କୁମାର ଜେନାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାରଲୋକେ ପାରାଦୀପ ଲକ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ପାରଦୀପଗଡ଼ ଗାଁର ପ୍ରଶାନ୍ତ ଜେନା କଛି ଜିନିଷ କିଣିବା ପାଇଁ ନିମିଢ ବଜାରରେ ଥିବା ଦିଲ୍ଲୀପ ସେନାପତିଙ୍କ ଦୋକାନକୁ ଯାଇଥିଲେ। ପ୍ରଶାନ୍ତ ସଉଦା କିଣି ଦୋକାନୀଙ୍କୁ ୫ଶହ ଟଙ୍କା ଦେଇଥିଲେ। ଅବଶିଷ୍ଟ ଟଙ୍କା ମାଗିବାରୁ ଦୋକାନୀ ଜଣକ ୨ଶହ ଟଙ୍କା ନେଇଥିବା କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୋକାନ ମାଲିକ ଓ ସେଠାରେ କାମ କରୁଥିବା ପିଲା ମିଶି ପ୍ରଶାନ୍ତଙ୍କୁ ଏକ ପାଇପରେ ଆକ୍ରମଣ କରିଥିଲେ। ଏନେଇ ପ୍ରଶାନ୍ତଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରୁଛି।

ad-week
Leave A Reply

Your email address will not be published.