ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି ବଢ଼ିଲା

add-all

bse-final-collage-maker

କଟକ : ମାଟ୍ରିକ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଏନେଇ ଆଜି ପରିଷଦ ପକ୍ଷରୁ ପ୍ରେସ୍‌ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି।
ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ସହିତ ମଧ୍ୟମା ପରୀକ୍ଷାର ଅଫ୍‌ଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧିକୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।
ଧାର୍ଯ୍ୟ ସମୟ ମଧ୍ୟରେ ଫର୍ମ ଫିଲ୍‌ଅପ୍ ଶେଷ କରିବା ପାଇଁ ସ୍କୁଲ୍‌ଗୁଡ଼ିକୁ ଅନୁରୋଧ କରାଯାଇଛି। ଏହା ପରେ ଆଉ ଫର୍ମ ଫିଲ୍‌ଅପ୍ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।
ସୂଚନାଯୋଗ୍ୟ, ଆସନ୍ତାବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ।

ad-week
Leave A Reply

Your email address will not be published.