ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ…

add-all

assembly

ଭୁବନେଶ୍ବର: ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡ଼ିଛି। ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦେବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଶନିବାର ଘୋଷଣା କରିଛନ୍ତି। ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିଧାନସଭା ଗୃହରେ ଏହି ଶବ୍ଦ ବ୍ୟବହାର କରିଥିଲେ। ଶ୍ରୀ ସାହୁ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ଏହି ଶବ୍ଦ ବ୍ୟବହାର କରିଥିଲେ। ତେବେ ଆଜି ବିଧାନସଭା ଗୃହ ବିବରଣୀରୁ ଏହି ଶବ୍ଦକୁ ବାଦ୍ ଦେବାକୁ ବାଚସ୍ପତି ଘୋଷଣା କରିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବେ ପ୍ରତିକ୍ରିୟା ରଖିଛନ୍ତି। ବାଚସ୍ପତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହିତ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି। ନୟାଗଡ ବିଧାୟକ ଏଥିପାଇଁ କ୍ଷମା ମାଗିବା ଦରକାର। ତା ସହିତ ସେ ୨ ବିଧାୟକ (ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗ)ଙ୍କ ଉପରେ ନିଲମ୍ବନ ଉଠାଇବାକୁ ମଧ୍ୟ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.