ଚିଡ଼ିଆଖାନା କର୍ମଚାରୀଙ୍କ ତଣ୍ଟି କାମୁଡ଼ି ମାରିପକାଇଲା ସିଂହ

add-all

rek

ଟୋକିଓ: ଜାପାନର ଫୁକୁଶିମାସ୍ଥିତ ‘ତୋହୋକୁ ସଫାରି ପାର୍କ’ରେ ଜଣେ ୫୩ ବର୍ଷିୟ ଚିଡ଼ିଆଖାନା କର୍ମଚାରୀଙ୍କୁ ଗୋଟାଏ ସିଂହ ମାରି ପକାଇଥିବା କଥା ସମ୍ବାଦ ସରବରାହା ସଂସ୍ଥାନ ‘ରଏଟର୍ସ’ ରିପ‌ୋର୍ଟ କରିଛି।

ଗୁରୁବ‌ାର ଦିନ ସିଂହଟିକୁ ଖାଇବାକୁ ଦେଉଥିବା ବେଳେ କେନିଚି କାତୋ ନାମକ କର୍ମଚାରୀଙ୍କୁ ସେ ଆକ୍ରମଣ କରିଥିଲା। ବେକରୁ ରକ୍ତ ବୋହୁଥିବା କେନିଚିଙ୍କୁ ସିଂହ ଖୁଆଡ଼ରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା।

ତାଙ୍କର ସହକର୍ମୀମାନେ କହିଛନ୍ତି ଯେ, ଖାଇବା ପ୍ରଲୋଭନ ଦେଖାଇ ସିଂହଟିକୁ ପିଞ୍ଜରା ବା ଖୁଆଡ଼ ଭିତରକୁ ନେବା ପାଇଁ ଉଦ୍ୟମ କରୁଥିବା ବ‌େଳେ କେନିଚି ଆକ୍ରମଣର ସରବ୍ୟ ହୋଇଥିଲା।

ଅଭିଜ୍ଞ ଚିଡ଼ିଆଖାନା କର୍ମଚାରୀ କେନିଚି ସିଂହ ରହୁଥିବା ମୁଖ୍ୟ ଖୁଆଡ଼କୁ କବାଟଦ୍ବାରା ପୃଥକ କରୁଥିବା ଅନ୍ୟ ଏକ ଖୁଆଡ଼ରେ ପଶିଥିଲେ। କିନ୍ତୁ, ସେ କବାଟଟିକୁ ବନ୍ଦ କରିବା କଥା ତାଙ୍କର ମନେ ନ ଥିଲା।

୨୭ ବର୍ଷ ହେବ ଚିଡ଼ିଆଖାନାରେ କାର୍ଯ୍ୟ କରୁଥିବା କେନିଚି କାତୋଙ୍କର ସିଂହ, ବାଘ ଓ ଭାଲୁ ଭଳି ହିଂସ୍ର ଜନ୍ତୁଙ୍କ ବିଷୟରେ ଭଲ ଅଭିଜ୍ଞତା ଥିଲା।

ଚଡ଼ିଆଖାନାର ଉପାଧ୍ୟକ୍ଷ ନୋରିଚିକା କୁମାକୁବୋ କହିଛନ୍ତି, ଜନ୍ତୁଙ୍କୁ ଖାଦ୍ୟ ଦେବା ବେଳେ ଆମେ ଦ୍ବାର ଖୋଲି ଖାଦ୍ୟ ରଖିଦେଉ। ଖାଦ୍ୟ ରଖିସାରିବା ପରେ ଦ୍ବାର ବନ୍ଦ କରି ତାଲା ପକାଇ ଦେଉ। କିନ୍ତୁ, ସେତେବେଳେ ଦ୍ବାର ଖୋଲା ଥିଲା।

ଅଘଟଣ ପାଇଁ ସେ କେନିଚି କାତୋ ଓ ତାଙ୍କ ପରିବାରବର୍ଗଙ୍କ ନିକଟରେ କ୍ଷମା ମାଗିଛନ୍ତି।

ad-week
Leave A Reply

Your email address will not be published.