ମହିଳା ଏ.ଏସ.ଆଇ ଙ୍କ ମୃତ୍ୟୁକୁ ନେଇ ବଢୁଛି ସସେପେନ୍ସ, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ…

add-all

asi

ରାଉରକେଲା : ରାଉରକେଲା ଉଦିତନଗର ଥାନା ମହିଳା ଏଏସଆଇଙ୍କର ମୃତ୍ୟୁକୁ ନେଇ ସସେପେନ୍ସ ବଢିଚାଲିଥିବାବେଳେ ସାମ୍ନାକୁ ଆସିଛି ଅଲିସା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଭିଡିଓ। ବସ୍ ଏବଂ କାର ଦୁର୍ଘଟଣା ସ୍ଥଳରେ ହୋଇଥିବା ଗୋଷ୍ଠୀ କନ୍ଦଳକୁ ଆୟତକୁ ଆଣିବା ପାଇଁ ଯାଇଥିଲେ ଅଲିସା ଲୁଗୁନ। ମୃତ୍ୟୁ ପୂର୍ବରୁ ଅଲିସା ସମସ୍ତଙ୍କ ସହ ସ୍ବାଭାବିକ ଭାବେ ଆଲୋଚନା କରିଥିଲେ। ହେଲେ ହଠାତ୍ ତାଙ୍କର ମୃତ୍ୟୁ ହେଲା କେମିତି? ସେଠାରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାସ୍ଥଳରେ କିଛି ଯୁବକ ଓ ଯୁବତୀ ଅଲିସାଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓରେ ଦେଖାଯାଉଛି। କିନ୍ତୁ ହଠାତ୍ କଣ ହେଲା ସେ ତଳେ ପଡିଯାଇଥିଲେ। ତାଙ୍କୁ ଅସୁସ୍ଥ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ସେପଟେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍କି ଅଲିସାଙ୍କ ସ୍ବାମୀ। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଗୋଷ୍ଠୀ ସଂଘର୍ଷ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ବେଳେ ଏ. ଏନ୍. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢିଛି ରହସ୍ୟ । ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ମହିଳା ASI । ଅନ୍ୟପଟେ ରାଉରକେଲା ଏସପି କହିଛନ୍ତି ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ ମୃତ୍ୟୁର କାରଣ । ତାପରେ ନିଆଯିବ କାର୍ଯ୍ୟାନୁଷ୍ଠାନ।

ad-week
Leave A Reply

Your email address will not be published.