ଦୀଘା ମାର୍କେଟରେ ବିଶାଳକାୟ ଭୋଲା ମାଛ, ୨୫ ହଜାରରେ ହେଲା ବିକ୍ରି

add-all

machha

ଜଳେଶ୍ୱର: ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମାଛ ମାର୍କେଟରେ ବିକ୍ରି ହେଲା ବିଶାଳକାୟ ଭୋଲା ମାଛ। ମାଛଟିର ଓଜନ ଏକ କ୍ବିଣ୍ଟାଲ ୧୦ କିଲୋଗ୍ରାମରୁ ଅଧିକ । ଓଡିଶାର ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଟ୍ରଲର ସାହାଯ୍ୟରେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛ ସେମାନଙ୍କ ଜାଲରେ ପଡିଥିଲା।

ମତ୍ସଜୀବୀ ମାନେ ମାଛଟିକୁ ବିକ୍ରି କରିବା ପାଇଁ ପଶ୍ଚିମବଙ୍ଗର ଦୀଘା ସ୍ଥିତ ମାଛ ମାର୍କେଟକୁ ଆଣିଥିଲେ । ମାଛଟିକୁ ନିଲାମ ଡକାଯିବା ପରେ କଲିକତାର ବିବିସି ନାମକ ଏକ କମ୍ପାନୀ ୨୫ ହଜାର ଟଙ୍କାରେ ମାଛ ଟିକୁ କିଣିଥିଲା। ଏହି ମାଛରୁ ବିଭିନ୍ନ ପ୍ରକାର ଜଟିଳ ରୋଗର ଔଷଧ ଓ ପ୍ରସାଧନ ସାମଗ୍ରୀ ତିଆରି ହେଉଥିବାରୁ ବିଦେଶରେ ଏହି ମାଛର ବେଶ ଚାହିଦା ଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.